Categories: ମେଟ୍ରୋ

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ଭୁବନେଶ୍ୱର,୬।୪(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ। ତହସିଲଦାରଙ୍କ ଗାଡ଼ିରୁ ୧ ଲକ୍ଷ ୭ହଜାର ଟଙ୍କା ଜବତ ହୋଇଛି। ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ସୂଚନା ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ କେଉଁ କାରଣ ଯୋଗୁ ତାଙ୍କ ଗାଡ଼ିରେ ଏହି ଟଙ୍କା ଥିଲା ତାହା ଜଣାପଡ଼ିନାହିଁ।