୧୭ବର୍ଷ ଧରି ଚାଲିଥିଲା ହତ୍ୟା ମାମଲା, ଶେଷରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ସୁକୁଡା ଗ୍ରାମରେ ଗତ ୨୦୦୮ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ ମାମଲାର ଶୁଣାଣି କରି ୨ ଅଭିଯୁକ୍ତ ନାରାୟଣ ନାଏକ ଏବଂ ମୋହନ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଏହା ସହିତ ଜୋରିମାନା ଦେବାକୁ ଆଦେଶ ରହିଛି। ଜୋରିମାନା ଅନାଦେୟ ହେଲେ କାରାଦଣ୍ଡ ଅବଧି ଆହୁରି ଅଧିକ ୬ମାସ ବୃଦ୍ଧି ହେବ ବୋଲି ସୂଚାଇ ଦିଆଯାଇଛି।

ପ୍ରକାଶ ଥାଉକି, ଗତ ୨୦୦୮ ମସିହା ଜୁଲାଇ ୨୦ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତମାନେ ଗ୍ରାମର ସଞ୍ଜୟ ଓରଫ୍ ପ୍ରଫୁଲ୍ଲ ନାଏକଙ୍କୁ ହତ୍ୟା କରିଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅନୁପ କୁମାର ଶତପଥୀ ମାମଲା ପରିଚାଳନା କରୁଥିଲେ।

Dharitri – Odisha’s No.1 Odia Daily

Share