ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ ଏବଂ ଉପସଭାପତି ଭାବେ ସୁକାନ୍ତ କୁମାର ପ୍ରଧାନ ବାଜି ମାରିନେଇଛନ୍ତି। ହୃଦୟରଞ୍ଜନ ତାଙ୍କ ପ୍ରତିପକ୍ଷ ଏ.ସୋମେଶ୍ୱର ରାଓଙ୍କୁ ୧୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟ ହୋଇଥିବା ବେଳେ ଉପସଭାପତି ଭାବେ ସୁକାନ୍ତ ତାଙ୍କ ପ୍ରତିପକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କୁ ୧୭ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରି ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସନ୍ତୋଷ କୁମାର ସାହୁ ପ୍ରତିପକ୍ଷ କୁରେଶୁ ପଣ୍ଡାଙ୍କୁ ମୋଟ୍ ୮ ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ କରି ନିର୍ବାଚିତ ହୋଇଛନ୍ତି। ସହ – ସମ୍ପାଦକ ପଦବୀରେ ରବିଚନ୍ଦ୍ର ଗୌଡ଼ ତାଙ୍କ ପ୍ରତିପକ୍ଷ ଜୟକୃଷ୍ଣ ମହାପାତ୍ରଙ୍କୁ ୧୨ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରି ନିର୍ବାଚିତ ହୋଇଥିବା ବେଳେ ପୂର୍ବରୁ ସିମାଞ୍ଚଳ ପ୍ରଧାନ ଅପ୍ରତିଦ୍ୱନ୍ଦ୍ୱୀ ଭାବେନ୍ଦ୍ କୋଷାଧ୍ୟକ୍ଷ ପଦବୀରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂହ ଏବଂ ସହକାରୀ ନିର୍ବାଚନ ଅଧିକାରୀ ନୀଳ ମାଧବ ରଥ ଜଣାଇଛନ୍ତି। ନବନିର୍ବାଚିତ ଓକିଲ ସଂଘ କର୍ମକର୍ତ୍ତାମାନଙ୍କୁ ସଂଘର ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି।