ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି । ବିଭିନ୍ନ ପଦବୀ ଲାଗି ମଇଦାନରେ ରହିଥିବା ୬ ଜଣ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କୁ ନେଇ ଭୋଟରଙ୍କୁ ନିଜ ସପକ୍ଷରେ ମନାଇବାରେ ଲାଗିପଡିଛନ୍ତି । ସକାଳ ୭.୩୦ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହାକୁ ନିର୍ବାଚନ ଅଧିକାରୀ ପ୍ରମୋଦକୁମାର ବେହେରା ପରିଚାଳନା କରିବାରେ ଲାଗିଛନ୍ତି ।

Dharitri – Odisha’s No.1 Odia Daily

Share