ଭଦ୍ରକ,୨୯।୧୧(ସନାତନ ରାଉତ): ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।
ଅଧ୍ୟକ୍ଷଙ୍କ ବିରୋଧରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଥିଲା ବିଜେଡି। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନିଜ ନାମରେ ଭେଣ୍ଡର କୋଡ଼ ଖୋଲି ଟଙ୍କା ଆତ୍ମସାତ କରିଥିବା ଖବରଦାତା ସମ୍ମିଳନୀରେ ବ୍ଲକ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା। ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଭେଣ୍ଡର୍ କୋଡ ମାଧ୍ୟମରେ ଓ ଫଲ୍ସ ବିଲ ନେଇ ଅଭିଯୋଗ ଆଣିଥିଲା ଖୋଦ ବିଜେଡି। ବନ୍ତ ବ୍ଲକ ବିଜେଡି ସଭାପତିଙ୍କ ସହ ଜିଲାପରିଷଦ ଅଧ୍ୟକ୍ଷଙ୍କ ଓ ଅନେକ ସରପଞ୍ଚ ଓ ସମିତି ସଭ୍ୟମାନେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଭଦ୍ରକସ୍ଥିତ ବାସଭବନରେ ଏହି ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧୀନ ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ନିଜ ନାମରେ ଭେଣ୍ଡର୍ କୋଡ ଜରିଆରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ମିଳୁଥିବା ଟଙ୍କା ହଡ଼ପ କରିଥିବା ନେଇ ତଥ୍ୟ ଦେଇଥିଲା ବିଜେଡି। ଏମିତି କି ଅନେକ ଫଲ୍ସ ବିଲ କରି କୋଟିଏରୁ ଅଧିକ ଟଙ୍କା ହଡପ କରିଥିବାର ପ୍ରମାଣ ସ୍ବରୂପ ଭେଣ୍ଡର କୋଡ ସର୍ବସାଧାରଣରେ ଉପସ୍ଥାପନ କରିଥିଲା। ତେବେ ଦୁର୍ନୀତି ସମ୍ପର୍କରେ ବିଜେଡି ସୁପ୍ରିମୋଙ୍କ ସହ ବିଧାୟକ ଓ ବ୍ଲକ ବିଜେଡି ସଭାପତିଙ୍କୁ ଅବଗତ କରାଯାଇଥିଲା। ୧୯୮୭ ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟକୁ ବ୍ଲକ ସଭାପତି ଉଲଂଘନ କରିଥିବା ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଦୁର୍ନୀତିର ତଦନ୍ତ କରି ବ୍ଲକ ଅଧ୍ୟକ୍ଷଙ୍କ ସଭ୍ୟ ପଦ ରଦ୍ଦ କରିବା ସହ ପ୍ରଶାସନ ହାତକୁ ନେଉ ଓ ସେହି ଆକାଉଣ୍ଟକୁ ଫ୍ରିଜ କରାଯାଉ ବୋଲି ଦାବି କରିଛନ୍ତି। ତେବେ ଏହି ଘଟଣାକୁ ନେଇ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ସମ୍ମିଳନୀରେଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲା ଉପସଭାପତି ପ୍ରଶାନ୍ତ ଦାସ, ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି,ରାଜ୍ୟ ଯୁବ ସମ୍ପାଦକ ସ୍ମୃତିରଞ୍ଜନ ସ୍ବାଇଁ,ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ସରପଞ୍ଚ ଗଜେନ୍ଦ୍ର ସେଠୀ,ଧୀରେନ୍ଦ୍ର ଖିଲାର, ଚିତ୍ତରଞ୍ଜନ ଦାସ, ଭବେନ୍ଦ୍ର ସାହୁ, ଅକ୍ଷୟ ଦାସ ରାଜୀବଲୋଚନ ଜେନା, ଦୀପକ ମହାନ୍ତି, ବନମାଳୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।