ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ବ୍ୟାଙ୍କ ଅଫ ଇଣ୍ଡିଆର ୧୨୦ ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି । ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଶାଖାର ମଧ୍ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଭଞ୍ଜନଗର ଶାଖା ପରିଚାଳକ ଏସ. ମୋହିତ ରଞ୍ଜନ ପାତ୍ର ବ୍ୟାଙ୍କର ବିଭିନ୍ନ ଯୋଜନା ସଂପର୍କରେ କହିବା ସହ ବ୍ୟାଙ୍କ ସର୍ବଦା ତାର ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇଦେବା ପାଇଁ ଚେଷ୍ଟିତ ବୋଲି କହିଥିଲେ। ୧ କୋଟି ୨୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାର ଋଣ ଗ୍ରାହକଙ୍କୁ ପ୍ରଦାନ କରାଯାଇଥିଲା । ସହ-ଶାଖା ପରିଚାଳକ ସୁପ୍ରିୟା ବାଗେ, କର୍ମଚାରୀ ସୁଶାନ୍ତ ନାୟକ, ପ୍ରିୟମ୍ବଦା ଆଚାର୍ଯ୍ୟ, ଶୈଳଜା ପଟ୍ଟନାୟକ, ବସନ୍ତ କୁମାର ଦାସ, ଗୌରହରି ନାଇକ, ଅରୁଣ ଜେନା,ଦୁର୍ଗା ମାଧବ ଆଚାରୀ ଓ ବିନୋଦ କୁମାର ଗୌଡ଼ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।