RBI ଛୁଟି ତାଲିକା, କାଲିଠୁ ଲଗାତାର୍ ପାଞ୍ଚଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୭।୨: ଯଦିି କୌଣସି ବ୍ୟାଙ୍କ କାମ ଥାଏ, ତାହେଲେ ଶୀଘ୍ର ଶେଷ କରିବା ଜରୁରୀ । ଶନିବାର ଠାରୁ ଲଗାତାର ପାଞ୍ଚଦିନ ବନ୍ଦ ରହିବ ବ୍ୟାଙ୍କ । ଫେବୃଆରୀ ୨୭ତାରିଖରେ କାମ ସମାପ୍ତ ନକରନ୍ତି, ତେବେ ବହୁତ ଦିନ ଅପେକ୍ଷା କରିବାକୁ ପଡ଼ିପାରେ ।

ଆସନ୍ତାକାଲି ଫେବୃଆରୀ ୨୮ ତାରିଖରୁ ବ୍ୟାଙ୍କ ଛୁଟି ଆରମ୍ଭ ହେଉଛି । ଆସନ୍ତାକାଲି(ଶନିବାର) ମାସର ଚତୁର୍ଥ ଶନିବାର, ତେଣୁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହା ପରେ ମାର୍ଚ୍ଚ ମାସ ଆରମ୍ଭ ହେଉଛି। ଏହି ବର୍ଷ ମାର୍ଚ୍ଚ ମାସର ପ୍ରଥମ ଦିନ ମାର୍ଚ୍ଚ ୧ ତାରିଖ ରବିବାର ଛୁଟି । ତେଣୁ ସେହି ଦିନ ମଧ୍ୟ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହା ପରେ ହୋଲି ପର୍ବ ଯୋଗୁଁ ମାର୍ଚ୍ଚ ୨ ତାରିଖରୁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଆରମ୍ଭ ହେବ । ଯଦି ପୂର୍ବ ସୂଚନା ବିନା ବ୍ୟାଙ୍କରେ ପହଞ୍ଚନ୍ତି, ତେବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ହୋଲି ଏବଂ ସାପ୍ତାହିକ ଛୁଟି ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପୂର୍ବରୁ ସ୍ପଷ୍ଟ କରିସାରିଛି ।

ଏଥର ହୋଲିକୁ ନେଇ କିଛି ଦ୍ୱନ୍ଦ୍ୱ ରହିଛି। ତଥାପି, RBI ଛୁଟି ତାଲିକାରେ ମାର୍ଚ୍ଚ ୨, ୩ ଏବଂ ୪ପାଇଁ ହୋଲି ଛୁଟି ତାଲିକା ଦିଆଯାଇଛି।

ମାର୍ଚ୍ଚ ୨ରେ, ହୋଲିକା ଦହନରେ ଲକ୍ଷ୍ନୌ ଏବଂ କାନପୁରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । କିନ୍ତୁ ଦେଶବ୍ୟାପୀ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ।

ମାର୍ଚ୍ଚ ୩ ରେ, ଦୋଳ ଯାତ୍ରା ପାଇଁ ଦିଲ୍ଲୀ, ମୁମ୍ବାଇ, ଜୟପୁର, ପାଟନା ଏବଂ କୋଲକାତା ଭଳି ପ୍ରମୁଖ ସହରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ମାର୍ଚ୍ଚ ୪ରେ, ହୋଲି ପର୍ବ ଯୋଗୁଁ ଅହମ୍ମଦାବାଦ, ଚଣ୍ଡିଗଡ଼, ରାଞ୍ଚି ଏବଂ ଲକ୍ଷ୍ନୌ ସମେତ ଦେଶର ଅଧିକାଂଶ ସହରରେ ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ବ୍ୟାଙ୍କ ଛୁଟିଗୁଡ଼ିକ ସାରା ଦେଶରେ ଏକକାଳୀନ ହୁଏ ନାହିଁ । ଭିନ୍ନ ଭିନ୍ନ ସହରରେ ଭିନ୍ନ ଭିନ୍ନ ଦିନରେ ଛୁଟି ରହିଛି ।

 

Dharitri – Odisha’s No.1 Odia Daily

Share