ବ୍ୟାଙ୍କ ବାଣ୍ଟୁଛି ନକଲି ନୋଟ୍‌

ଇସଲମାବାଦ,୧୪ା୩: ଲୋକେ ବ୍ୟାଙ୍କକୁ ସୁରକ୍ଷିତ ସ୍ଥାନ ଭାବି ଟଙ୍କା ଜମା କରିଥାନ୍ତି। ମାତ୍ର ବ୍ୟାଙ୍କରୁ ଯଦି ନକଲି ନୋଟ୍‌ ମିଳେ ତେବେ ଲୋକେ କାହା ଉପରେ ଭରସା କରିବେ। ଏପରି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଅନେକ ନକଲି ନୋଟ୍‌ ଛପାଯାଉଛି ଏବଂ ବ୍ୟାଙ୍କଗୁଡ଼ିକ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରୁଛନ୍ତି। ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଯେ, ବ୍ୟାଙ୍କ ନକଲି ନୋଟ ଜାରି କରୁଛି, ସେମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗୁରୁବାର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ବାଣିଜି୍ୟକ ବ୍ୟାଙ୍କକୁ ୧୦୦୦ ଟଙ୍କା ମୂଲ୍ୟର କିଛି ଭୁଲ୍‌ ମୁଦ୍ରିତ ବ୍ୟାଙ୍କ ନୋଟ୍‌ କିପରି ପ୍ରଦାନ କରାଯାଇଛି ତାହା ଅନୁସନ୍ଧାନ କରୁଛି ବୋଲି କହିଛି।

Share
Tags: bank note