ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

ଢାକା,୧୨ା୩: ବାଂଲାଦେଶର ଅଭିଜ୍ଞ ଅଲ୍‌ରାଉଣ୍ଡର ମହମ୍ମୁଦୁଲା ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ମହମ୍ମୁଦୁଲା ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ନ କରିବା ଲାଗି ଅନୁରୋଧ କରିଥିଲେ। ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରେ ମହମ୍ମୁଦୁଲା ଓ ଉଇକେଟ୍‌କିପର-ବ୍ୟାଟର ମୁଶ୍‌ଫିକୁର ରହିମଙ୍କ ସ୍ଥାନ ନେଇ ପ୍ରଶ୍ନ ଉଠିଥିଲା। ନିକଟରେ ରହିମ ଦିନିକିଆରୁ ଅବସର ନେଇଥିବା ବେଳେ ମହମ୍ମୁଦୁଲା ସମାନ ବାଟ ବାଛିଛନ୍ତି। ୩୯ ବର୍ଷୀୟ ଖେଳାଳି ବାଂଲାଦେଶ ପାଇଁ ୨୩୯ ଦିନିକିଆ, ୫୦ ଟେଷ୍ଟ ଓ ୧୪୧ ଟି୨୦ ମ୍ୟାଚ ଖେଳିଥିଲେ। ଏଥିରେ ସେ ଯଥାକ୍ରମେ ୫୬୮୫, ୨୯୧୪ ଓ ୨୪୪୪ ରନ୍‌ କରିଥିଲେ। ତାଙ୍କ ନାମରେ ଅନ୍ତର୍ଜାତୀୟ ସ୍ତରରେ ମୋଟ ୯ ଶତକ ଓ ୫୬ ଅର୍ଦ୍ଧଶତକ ସହିତ ୧୬୬ ଉଇକେଟ ରହିଛି।

Share