ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍‌ଦୁଲ ଗିରଫ, ପୁଅ ଅଟକ

ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ ହୋଇଛି। ତାଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ପୋଲିସ ପଚରାଉଚରା କରୁଛି । ୭ ଦିନ ହେଲା ଘର ରେଡ ପରଠୁ ସେ ଫେରାର ଥିଲେ। ସଦର ଥାନା ବେହେରାମପୁର ବସ୍ତିରେ ବେଆଇନ ଘର କରି ରଖିଥିଲେ।
ଅନ୍ୟପକ୍ଷେ, ସିକନ୍ଦରର ଭାଇ ଅବଦୁଲଙ୍କୁ ଖୋର୍ଦ୍ଧାରୁ ଗିରଫ କରିଛି ଜଗତସିଂହପୁର ପୋଲିସ। ସିକନ୍ଦର ଆଲାମର ପୁଅ ଓ ଅନ୍ୟ ଜଣେ ସହଯୋଗୀ ଅଟକ ସୂଚନା ମିଳିଛି।

Dharitri – Odisha’s No.1 Odia Daily