Bangladesh's captain Tamim Iqbal (L) plays a shot as West Indies' wicketkeeper Joshua Da Silva watches during the second one-day international (ODI) cricket match between Bangladesh and West Indies at the Sher-e-Bangla National Cricket Stadium in Dhaka on January 22, 2021. (Photo by Munir Uz zaman / AFP) (Photo by MUNIR UZ ZAMAN/AFP via Getty Images)
ଢାକା,୨୩।୧(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟ ହାସଲ କରିଛି। ଅଫ୍ସ୍ପିନର ମେହିଦି ହାସନ ମିରାଜ ୨୫ ରନ ବ୍ୟୟ କରି ୪ ଉଇକେଟ ଅକ୍ତିଆର କରିବା ସହ ବାଂଲାଦେଶକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ସେର୍ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ୧୦୦ଟି ବଲ୍ ବାକିଥାଇ ୭ ଉଇକେଟରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଏଥିସହିତ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ମେହିଦି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ୬ ଉଇକେଟରେ ବିଜୟୀ ହୋଇଥିଲା। ଏଥିସହ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ବାଂଲାଦେଶ କ୍ରମାଗତ ତୃତୀୟ ଓ ମୋଟ୍ ଉପରେ ପଞ୍ଚମ ସିରିଜ ବିଜୟ ହାସଲ କରିଛି।
ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିୟମିତ ଅନ୍ତରରେ ଉଇକେଟ ହରାଇ ୪୩.୪ ଓଭରରେ ୧୪୮ ରନ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ରୋଭମାନ ପାଓ୍ବେଲ ସର୍ବାଧିକ ୪୧, ଜର୍ନ ଓଟ୍ଲି ୨୪, ଅଧିନାୟକ ଜାସନ ମହମ୍ମଦ ୧୧, ଏନ୍କ୍ରୁମା ବୋନର ୨୦, ଅଲଜାରି ଜୋଶେଫ୍ ୧୭ ରନ ସଂଗ୍ରହ କରିଥିବା ବେଳେ ଅକିଲ ହୋସେନ ୧୨ ରନକରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମେହିଦି ସର୍ବାଧିକ ୪, ମୁସ୍ତାଫିଜୁର ରହମାନ ଓ ସାକିବ ଅଲ ହାସନ ୨ଟି ଲେଖାଏ, ହାସନ ମାହମୁଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ବାଂଲାଦେଶ ୩୩.୨ ଓଭରରେ ୩ ଉଇକେଟ ହରାଇ ୧୪୯ ରନ କରି ଅତି ସହଜରେ ବିଜୟ ହାସଲ କରି ନେଇଥିଲା। ଦଳ ତରଫରୁ ଅଧିନାୟକ ତାମିମ ଇକବାଲ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଓପନର ଲିଟନ ଦାସ ୨୨, ନାଜମୁଲ ହୋସେନ ଶାଣ୍ଟୋ ୧୭ ରନ କରି ଆଉଟ ହୋଇଥିଲେ। ଅଲରାଉଣ୍ଡର ସାକିବ ଅଲ ହାସନ ୪୩ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍ପିକର ରହିମ ୯ ରନକରି ଅପରାଜିତ ରହି ଦଳକୁ ଜିତାଇଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଅକିଲ ହୋସେନ, ଜାସନ ମହମ୍ମଦ ଓ ରେମନ ରେଫେର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍ ୪୩.୪ ଓଭରରେ ୧୪୮ ଅଲଆଉଟ୍
(ରୋଭମାନ- ୪୧, ଓଟ୍ଲି- ୨୪, ବୋନର- ୨୦, ଜାସନ ମହମ୍ମଦ- ୧୧, ଅଲଜାରି ଜୋଶେଫ୍- ୧୭, ଅକିଲ ହୋସେନ- ୧୨*, ମିରାଜ- ୪/ ୨୫, ସାକିବ- ୨/୧୦, ମୁସ୍ତାଫିଜୁର-୨/ ୧୫, ମାହମୁଦ- ୧/୫୪)।
ବାଂଲାଦେଶ ୩୩.୨ ଓଭରରେ ୧୪୯/୩
(ତାମିମ- ୫୦, ସାକିବ- ୪୩*, ଲିଟନ- ୨୨, ଶାଣ୍ଟୋ- ୧୭, ଅକିଲ- ୧/୪୫, ଜାସନ ମହମ୍ମଦ- ୧/ ୨୯, ରେମନ- ୧/ ୧୮)।