Categories: Home Leftଖେଳ

ଟି୨୦ ବିଶ୍ୱକପ୍‌ରେ ସ୍କଟ୍‌ଲାଣ୍ଡ ସାମିଲ ହେବା ପରେ ମୁହଁ ଖୋଲିଲା ବାଂଲାଦେଶ କ୍ରିକେଟ ବୋର୍ଡ

ଢାକା,୨୫ା୧: ଆସନ୍ତା ୭ ତାରିଖରୁ ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ବାଂଲାଦେଶ ବଦଳରେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିକୁ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ସ୍ବୀକାର କରିବା ସହିତ ଏହା ଉପରେ ପ୍ରତିକ୍ରିୟା ରଖିଛି।

ଖେଳିବାକୁ ଚାହୁଁଥିଲୁ। କିନ୍ତୁ ସରକାର ମନାକଲେ। ସରକାରଙ୍କ ନିଷ୍ପତ୍ତି ଯାହା ବି ହେଉ, ଆମକୁ ତାହା ପାଳନ କରିବାକୁ ପଡ଼ିବ। କେବଳ ଆଗାମୀ ବିଶ୍ୱକପ୍‌ ପାଇଁ ସରକାରଙ୍କଠାରୁ କ୍ଲିୟରାନ୍ସ ଆବଶ୍ୟକତା ଥିଲା ତାହା ନୁହେଁ, ବରଂ ପରବର୍ତ୍ତୀ ପ୍ରତ୍ୟେକ ସିରିଜ୍‌ ଲାଗି ଆମକୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ବିସିବି ନିର୍ଦ୍ଦେଶକ ତଥା ପୂର୍ବତନ ସ୍ପିନର ଅବ୍‌ଦୁର ରଜାକ୍‌ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁରକ୍ଷା କାରଣ ଦର୍ଶାଇ ଟି୨୦ ବିଶ୍ୱକପ୍‌ ଲାଗି ଭାରତ ଆସିବାକୁ ବାଂଲାଦେଶ ମନା କରିବାରୁ ଆଇସିସି ପକ୍ଷରୁ ଶନିବାର ଆନୁଷ୍ଠାନିକ ଭାବେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯାଇଛି। ଏଥିପୂର୍ବରୁ ବାଂଲାଦେଶକୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଖେଳ ନ ହେଲେ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବ ବୋଲି ଅଲ୍ଟିମେଟମ୍‌ ଦେଇଥିଲା ଆଇସିସି। ମାତ୍ର ୨୪ ଘଣ୍ଟା ମଧ୍ୟରେ ବିସିବି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନ ଥିଲା।