ବାଂଲାଦେଶରେ ବିମାନ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ ଭିଡିଓ, କେମିତି ହୋଇଥିଲା…

ଢାକା,୨୧।୭: ବାଂଲାଦେଶର ରାଜଧାନୀ ଢାକାରେ ଏକ ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ସୋମବାର ଦିନ ପ୍ରାୟ ୧.୩୦ ସମୟରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ମାଇଲଷ୍ଟୋନ କଲେଜ କୋଠା ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି।