ପିଏଫ୍‌ଆଇ ବ୍ୟାନ୍‌ ଉପରେ କେନ୍ଦ୍ରକୁ ସମାଲୋଚନା କଲେ ମାୟାବତୀ

ଲକ୍ଷ୍ନୌ,୧।୧୦: ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ବ୍ୟାନ୍‌ କରିବା ନେଇ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ମୁଖ୍ୟ ମାୟାବତୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ସରକାର ଏପରି ନିଷ୍ପତ୍ତି ନେଇଥିବା ମୟାବତୀ କହିଛନ୍ତି।

ପିଏଫ୍‌ଆଇକୁ ବ୍ୟାନ୍‌ କରିବା ପଛରେ କେନ୍ଦ୍ର ସରକାରଙ୍କ ରାଜନୈତିକ ସ୍ବାର୍ଥ ରହିଛି। ନିଜ ଟୁଇଟର ପୋଷ୍ଟରେ ମାୟାବତୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ବ୍ୟାନ୍‌ କରିବା ପାଇଁ ଦାବି କରିଛନ୍ତି। ଯଦି ପିଏଫ୍‌ଆଇ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପାଇଁ ଘାତକ ତେବେ ଅନ୍ୟ ଦଳକୁ ତୁରନ୍ତ ବ୍ୟାନ୍‌ କରାଯିବା ଜରୁରୀ ବୋଲି ମାୟାବତୀ କହିଛନ୍ତି।