ବଳଙ୍ଗା ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍‌, ପୁରୀ ଏସ୍‌ପି ଦେଲେ ବଡ଼ ନିର୍ଦ୍ଦେଶ

ପୁରୀ,୧୭।୮: ପୁରୀ ବଳଙ୍ଗା ଥାନା ଅଧୀନରେ ଜଣେ ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ଘଟଣାକୁ ନେଇ ପୁରୀ ଏସ୍‌ପି ପୀନାକ ମିଶ୍ର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ଏହି ସମ୍ବେଦନଶୀଳ ଘଟଣାର ଭିଡିଓ କିଏ ଓ କାହିଁକି ଭାଇରାଲ୍‌ କଲେ, ତାହାର ଅନୁସନ୍ଧାନ ଚାଲିଛି। ସାଇବର ଟିମ୍‌ ଓ କ୍ରାଇମବ୍ରାଞ୍ଚ ସହଯୋଗରେ ତଦନ୍ତ କରାଯାଉଛି।

ଏସ୍‌ପି ମିଶ୍ର କହିଛନ୍ତି, ଏଭଳି ଘଟଣାରେ ଭିଡିଓ ଭାଇରାଲ୍‌ କରାଯିବ ଅନୁଚିତ। ପୀଡ଼ିତାଙ୍କ ବୟାନ ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ରହିଛି ଏବଂ ଶୀଘ୍ର କୋର୍ଟକୁ ଅବଗତ କରାଯିବ।

Share