ଧର୍ମଶାଳା,୧୦।୯: ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜେଡକୁ ବଡ଼ ଝଟକା ଲାଗିଛି। ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ବିଜେଡି ଛାଡି ହିମାଂଶୁଙ୍କ ଶିବିରରେ ସାମିଲ ହେବେ ବୋଲି ସୂଚନା ମିଳୁଛି। ନିର୍ମଳ ପ୍ରଧାନ ୨୦୦୭ରେ କଂଗେସ ଜିଲା ପରିଷଦ ପ୍ରାଥି ଥିବା ବେଳେ ୨୦୦୮ ମସିହାରୁ ବିଜେଡି ସହ ରହି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କଳ୍ପତରୁ ଦାସଙ୍କ ସହ କରି କାର୍ଯ୍ୟ ଆସୁଥିଲେ। ପରବର୍ତ୍ତୀ ସମୟରେ ୨୦୧୪ ମସିହାରୁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ପ୍ରତିନିଧି ଭାବେ ରହି କାର୍ଯ୍ୟକରି ଆସୁଥିଲେ। ନିର୍ବାଚନମଣ୍ଡଳୀରେ ସମସ୍ତ ଦାୟିତ୍ୱ ତୁଲାଇବା ସହ ଲୋକଙ୍କ ସହ ସୁସମ୍ପର୍କ ରଖିଥିଲେ ଯାହା ଫଳରେ ବିଜେଡି ତଥା ପୂର୍ବତନ ବିଧାୟକ ପ୍ରବଣଙ୍କୁ ଏକ ବଡ଼ ଝଟକା ଲାଗିଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ଅନ୍ୟ ପକ୍ଷରେ ଜସଶି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି, ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବର୍ତ୍ତମାନର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବୁଧବାର ମିଶ୍ରଣ ପର୍ବରେ ସାମିଲ ହେବେ ବୋଲି ସୂଚନା ମିଳିଛି।