Categories: Home Leftଖେଳ

ଡବ୍ଲ୍ୟୁଏଫ୍‌ଆଇର ସ୍ପଷ୍ଟୀକରଣ ଲୋଡିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦ା୭: ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ୍‌ଙ୍କୁ ଏସିଆନ ଗେମ୍ସ ପାଇଁ ସିଧାସଳଖ ଯୋଗ୍ୟତା ପ୍ରଦାନକୁ ନେଇ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସ୍ପଷ୍ଟୀକରଣ ଲୋଡିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଟ୍ରାଏଲ୍ସରେ ପକ୍ଷପାତିତାର ଅଭିଯୋଗ କରି ରେସ୍‌ଲର ଅନ୍ତିମ ପଙ୍ଘାଲ ଏବଂ ସୁଜିତ କଲକଲ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗୁରୁବାର ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ମାମଲାର ଶୁଣାଣି କରିବା ସହିତ ଡବ୍ଲ୍ୟୁଏଫ୍‌ଆଇର ସ୍ପଷ୍ଟୀକରଣ ଦାବି କରିଛନ୍ତି।

କୌଣସି ରେସ୍‌ଲରଙ୍କୁ ରିହାତି ପ୍ରଦାନ କରିବାକୁ କୋର୍ଟ ବିରୋଧ କରିବା ସହିତ ଟ୍ରାଏଲ୍ସକୁ କ୍ୟାମେରା ସମ୍ମୁଖରେ ନିରପେକ୍ଷ ଭାବେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡବ୍ଲ୍ୟୁଏଫ୍‌ଆଇର ଚୟନ ପ୍ରକ୍ରିୟା କ’ଣ ତାହା ଜାଣିବା ପାଇଁ ଜଷ୍ଟିସ୍‌ ପ୍ରସାଦ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଚୟନ ପାଇଁ ପୂର୍ବ ପ୍ରଦର୍ଶନକୁ ମାପ ଦଣ୍ଡ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି। ତେବେ ଯଦି ଦୁଇ ରେସ୍‌ଲରଙ୍କ ଚୟନ ପ୍ରକ୍ରିୟା ନିୟମାନୁସାରେ ହୋଇ ଥାଏ ତାହେଲେ କୋର୍ଟ ଆଗକୁ ହସ୍ତକ୍ଷେପ କରିବେ ନାହିଁ ବୋଲି ବିଚାରପତି କହିଛନ୍ତି।