ଗୋରୁ ଚାଲାଣ ବେଳେ ଧରିଲା ବଜରଙ୍ଗ ଦଳ, ଡ୍ରାଇଭର-ହେଲପରଙ୍କୁ ଥାନାରେ ଦେଲେ ଜିମା

ମୋହନା,୮ା୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ସଦର ମହକୁମାର ସ୍ଥାନୀୟ ହାଇସ୍କୁଲ ନିକଟରୁ ବୁଧବାର ରାତରେ ଏକ ପିକ୍‌ଅପ୍‌ ( ଓଡି ୦୭ ଏ ଜି ୧୮୮୩ ) ରେ ଅମାନୁଷିକ ଭାବେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୧୦ ଗୋରୁଙ୍କୁ ସ୍ଥାନୀୟ ବଜରଙ୍ଗ ଦଳ ପକ୍ଷରୁ ଉଦ୍ଧାର କରିବା ସହ ମୋହନା ଥାନା ରେ ଜିମା ଦେଇଛନ୍ତି।
ଗଞ୍ଜାମ ଜିଲା ଡେଙ୍ଗାପଦର ଗ୍ରାମର ଗାଡ଼ିଟି ଗୋରୁ ବୋଝେଇ କରି ବିଳମ୍ବିତ ରାତିରେ ମୋହନା ହାଇସ୍କୁଲ ଛକରେ ପିକ୍‌ଅପ୍‌ଟି ରହିଥିଲା। ମୋହନା ବଜରଙ୍ଗ ଦଳର କିଛି ସଦସ୍ୟ ଗୋରୁ ବୋଝେଇ ଥିବା ଗାଡ଼ି ଡ୍ରାଇଭରଙ୍କୁ ପଚାରିଥିଲେ କିନ୍ତୁ ଡ୍ରାଇଭର ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ପରେ ସନ୍ଦେହ ଲାଗିବା ପରେ ଗୋରୁ ବୋଝେଇ ପିକ୍‌ଅପ୍‌ ବଜରଙ୍ଗ ଦଳର ସଦସ୍ୟମାନେ ଗାଡ଼ିକୁ ଜବତ କରି ମୋହନା ଥାନାରେ ଜିମା ଦେବା ସହ ଲିଖିତ ଅଭିଯୋଗ କରିଥିଲେ। ମୋହନା ଥାନାରେ ୬୫/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ପକ୍ଷରୁ କୁହାଯାଇଛି।