ଗୋଟିଏ କରଞ୍ଜିର ମୂଲ୍ୟ ୧୨ ଶହ ଟଙ୍କା: ଖାଇପାରିଲେ…

ରଙ୍ଗର ପର୍ବ ହୋଲିରେ ଅନେକ ପ୍ରକାରର କରଞ୍ଜି ମିଳିଥାଏ। ହେଲେ ଏବେ ଏକ ସ୍ବତନ୍ତ୍ର କରଞ୍ଜି ଦେଖିବାକୁ ମିଳିଛି। ଲକ୍ଷ୍ନୌର ଛପନ ଭୋଗ ନାମକ ଏକ ମିଠା ଦୋକାନରେ ୧୪ ଇଞ୍ଚ ଲମ୍ବର ବାହୁବଳୀ କରଞ୍ଜି ତିଆରି ହେଉଛି। ଏହାର ଓଜନ ୧.୫ କିଜି। ଏହି ଗୋଟିଏ କରଞ୍ଜିର ମୂଲ୍ୟ ୧୨ ଶହ ଟଙ୍କା। ଏହା ଖୁଆ, ବାଦାମ, କେଶର, ପିସ୍ତା ଏବଂ ଚିନିରୁ ତିଆରି। ଏହି କରଞ୍ଜିକୁ ଛାଣିବା ପାଇଁ ୨୦ରୁ ୨୫ ମିନିଟ ସମୟ ଲାଗିଥାଏ।
ନିକଟରେ ଏହି ଦୋକାନର ମାଲିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରତିଯୋଗିତାର ଆୟୋଜନ କରିଥିଲେ। ଲୋକଙ୍କୁ ୮ ମିନିଟ ମଧ୍ୟରେ ୧.୫ କିଲୋଗ୍ରାମ୍‌ର ଏହି ବାହୁବଳୀ କରଞ୍ଜିକୁ ଖାଇବାକୁ ପଡିଥିଲା। ଏହି ପ୍ରତିଯୋଗିତାରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ। ଏହି ଦୋକାନରେ ଛୋଟ କରଞ୍ଜି ମଧ୍ୟ ତିଆରି ହୋଇଥାଏ। ଯାହାକି ମାତ୍ର ୧.୫ ଇଞ୍ଚର। ଏହାକୁ ବେବି କରଞ୍ଜି କୁହାଯାଏ।