ପାଟଣା,୨୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସରପଞ୍ଚ ବିନତି ବାନରା ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୭୯ତମ ସ୍ବାଧୀନତା ଦିବସ ପରେଡ୍ରେ ପଞ୍ଚାୟତିରାଜ ସଦସ୍ୟ ଭାବେ ସତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଏଥି ପାଇଁ ତାଙ୍କୁ ଆଜି ବୁଧବାର ପଞ୍ଚାୟତବାସୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ପାଟଣା ବ୍ଲକ ମୁଖ୍ୟାଳୟ ବ୍ଲକ ଛକଠାରୁ ତାଙ୍କୁ ବିରାଟ ଶୋଭାଯାତ୍ରାରେ ପଞ୍ଚାୟତ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା। ଏହାପରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରୀମତୀ ବାନାରା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ନାଗରିକ ମଞ୍ଚ ତରଫରୁ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭା ଶିକ୍ଷାବିତ୍ ପାର୍ଥସାରଥି ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ସାଗତ ସମ୍ବର୍ଦ୍ଧନା ସଭାରେ ସାମାଜିକ କର୍ମୀ ଅଜୟ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ସନାତନ ଦାଶ, ଯୁବ ନେତା ବିଜୟରତ୍ନ ପତି, ସାମାଜିକ କର୍ମୀ ବୀରେନ୍ଦ୍ର ଦାଶ, ପାଟଣା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ନାଏବ ସରପଞ୍ଚ ଗୌତମ ସେଠୀ, ସାମାଜିକ କର୍ମୀ ପ୍ରଶାନ୍ତ ଭଞ୍ଜ ପ୍ରମୁଖ ମଞ୍ଚାସୀନ ରହି ଶ୍ରୀମତୀ ବାନାରାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେ ବଡ଼ପାଟଣା ମାଟିର ଗର୍ବ ଓ ଗୌରବ ବୃଦ୍ଧି କରିଛନ୍ତି ବୋଲି କହିଥିଲେ। ଯୁବ ନେତା ସୁମିତ କୁମାର ପତି, ସନ୍ତୋଷ ତ୍ରିପାଠୀ, ପ୍ରୀତମ ପଣ୍ଡା, ପ୍ରକାଶ ସେଠୀ, ସାମାଜିକ କର୍ମୀ ଅଜିତ କୁମାର ଦାଶ, ରାଜବଲ୍ଲଭ ମିଶ୍ର, ବୀର ମହାନ୍ତ, ଦେବାଶିଷ ମିଶ୍ର, ଭରତ ମହାନ୍ତ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭା ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।