ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଏକ ପେଡ୍ ମା’ କେ ନାମ କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତ ଅଞ୍ଚଳରେ ଚାଲିଛି। ବୁଧବାର ବିଭିନ୍ନ ପଞ୍ଚାୟତରେ ୫ ଶହ ଲେଖାଏ ବିଭିନ୍ନ ପ୍ରକାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କ୍ରମରେ ବାଡାବାଙ୍ଗା ପଞ୍ଚାୟତର ଯୁବ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସେବାଶ୍ରାମ ଗୁଡିକରେ ଯାଇ ବୃକ୍ଷରୋପଣ କରିବା ସହ ବୁଲି ବୁଲି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ତଦାରଖ କରିଛନ୍ତି । ସେ ତାଙ୍କ ପଞ୍ଚାୟତର ଗାଁ ଗୁଡିକରେ ରହିଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଏହି କାର୍ଯ୍ୟକ୍ରମ କରିଛନ୍ତି ସରପଞ୍ଚ ପ୍ରସନ୍ନ ଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ତାଙ୍କ ପଞ୍ଚାୟତ କୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବେ ଏଥି ଲାଗି ବ୍ୟାପକ ବୃକ୍ଷ ରୋପଣ ଓ ତାର ତଦାରଖ ପାଇଁ ପଞ୍ଚାୟତ କାର୍ଯ୍ୟକରିବ ବୋଲି କହିଛନ୍ତି ।