ଭିତ୍ତିଭୂମି ବିକାଶରେ ଦ୍ୱିତୀୟ ସ୍ଥାନରେ ବଡ଼ ପାଟଣା ପଞ୍ଚାୟତ

ପାଟଣା,୨୪।୪(ବୀର କିଶୋର ଦାଶ): କେନ୍ଦୁଝରରେ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ଗୁରୁବାର କେନ୍ଦୁଝର ଅଡିଟୋରିୟମରେ ପାଳିତ ହୋଇଯାଇଛି। ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ସଫଳତା ପାଇଁ ପାଟଣା ବ୍ଲକ ବଡପାଟଣା ସରପଞ୍ଚ ବୀନତି ବନରା ଙ୍କୁ ଜଙ୍ଗଲ ପରିବେଶ, ଶ୍ରମ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଉପସ୍ଥିତ ରହି ବାନରାଙ୍କୁ ୩ ଲକ୍ଷ ୮୬ହଜାର ୪ଶହ ୭୩ ଟଙ୍କାର ଚେକ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ବଡ ପାଟଣା ପଞ୍ଚାୟତ ଜିଲାର ଦିତୀୟ ସ୍ଥାନରେ ରହିଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ଧାମଧେର୍‌ ଧନ ରାଜ ହନୁମନ୍ତ, ପି ଡି ନାଗ ଭୂଷଣ ଓ ସଦର ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

Share