ପ୍ରାପ୍ତ ସୂଚନା ଅନୁସାରେ, ହାତୀ ପଲ ଜଙ୍ଗଲରେ ଯାଉଥିବା ବେଳେ ଛୁଆ ହାତୀଟି କୂଅରେ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଗତ ୫ ଦିନ ତଳେ ୧୮ ଟିକିଆ ହାତୀ ପଲ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରି ବ୍ୟାପକ କ୍ଷୟକ୍ଷତି କରିଥିଲେ। ବନ ବିଭାଗ କର୍ମଚାରୀ ମାନେ ହାତୀ ପଲକୁ ଗାଁ ନିକଟରୁ ଘଉଡ଼ାଇବା ପାଇଁ ଲୋକେ ଦାବି କରି ଆସୁଥିଲେ। ହାତୀ ପଲକୁ ବନ ବିଭାଗ ଘଉଡ଼ାଇବା ସମୟରେ ଗୋଟିଏ ହାତୀ ଖୋଲା କୂଅରେ ପଡ଼ିଥିବା ସନ୍ଦେହ କରାଯାଉଛି। ଗାଈଆଳ ଗାଈ ଚରାଇବାକୁ ଆସିଥିବାବେଳେ ପ୍ରବଳ ଗନ୍ଧ ହୋଇଥିଲା। ଗାଈଆଳ କୂଅ ଭିତରେ ହାତୀ ପଡି ଯାଇଥିବା ଦେଖିବାକୁ ପାଇଥିଲା। ଗାଈଆଳ ଠାରୁ ଖବର ଜଣା ପଡିବା ପରେ ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ହାତୀ ମୃତ୍ୟୁ ଦେଖିଥିଲେ। ବନ ବିଭାଗର ଅବହେଳାରୁ ହାତୀର ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ହାତୀଟି କିଭଳି କୂଅରେ ପଡି ରହି ମୃତ୍ୟୁବରଣ କଲା ବନ ବିଭାଗ ଜାଣି ପାରିଲାନାହିଁ ତାହା ସମସ୍ତଙ୍କୁ ଚକିତ କରିଛି।