ଥାନାରେ ପହଞ୍ଚି ପୋଲିସର କାନ ଧରିଲା ମାଙ୍କଡ, ଆଉ ତା’ପରେ

ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। କିନ୍ତୁ ମଧ୍ୟ ପ୍ରଦେଶରର ବୈତୁଲର ଏକ ଥାନାରେ ମାଙ୍ଗଡ ପୋଲିସକୁ ଭୟଭୀତ କରିଦେଇଛି। ଗତ ୧୦ ଦିନ ହେବ ଏକ ମାଙ୍ଗଡ ପୋଲିସ ଅସୁବିଧାରେ ପକାଇଛି। ବାରମ୍ବାର ଥାନା ଭିତରେ ପଶିଯାଇ ଟେବୁଲ ଉପରେ ବସି ପୋଲିସ ବାବୁଙ୍କୁ କାନ ଧରୁଥିବାର ଦେଖାଯାଇଛି। ବେଳେବେଳେ ମାଙ୍ଗଡଟି ପୋଲିସଙ୍କୁ ବାଇକ୍‌ ପଛପଟେ ମଧ୍ୟ ବସିଯାଉଛି। ଏହି କାରଣରୁ ପୋଲିସକର୍ମୀମାନେ କବାଟ ବନ୍ଦ କରି ରଖୁଛନ୍ତି। କେବଳ ପୋଲିସକର୍ମୀଙ୍କୁ ନୁହେଁ ଏହି ମାଙ୍ଗଡଟି ସ୍ଥାନୀୟ ଲୋକଙ୍କୁ ମଧ୍ୟ ହଇରାଣ କରୁଛି। ମାଙ୍ଗଡଠାରୁ ବର୍ତ୍ତିବା ପାଇଁ ପୋଲିସ ବନ ବିଭାଗର ସହାୟତା ନେଇଥିଲା। ବନ ବିଭାଗ ଏକ ଜାଲ ବିଛାଇ ମାଙ୍ଗଡକୁ ଧରି ଜଙ୍ଗଲରେ ଛାଡିଥିଲା। ଗତ ୧୫ ଦିନ ହେବ ମାଙ୍କଡଟି ଚାରିଆଡେ କୋକୁଆ ଭୟ ସୃଷ୍ଟି କରିଥିଲା। ମାଙ୍କଡଟି କାହାର କ୍ଷତି କରି ନ ଥିଲା ସତ ମାତ୍ର କାମରେ ବାଧା ସୃଷ୍ଟି କରୁଥିଲା ବୋଲି ପୋଲିସ କହିଛି।