Categories: Home Leftଖେଳ

ପାକିସ୍ତାନକୁ ପ୍ରଥମ ଝଟକା ଦେଲେ ପାଣ୍ଡ୍ୟା, ୨୩ ରନ କରି ପାଭିଲିୟନ ଫେରିଲେ ବାବର ଆଜମ

ଦୁବାଇ,୨୩।୨: ପାକିସ୍ତାନକୁ ପ୍ରଥମ ଝଟକା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ୪୧ ରନରେ ପାକିସ୍ତାନର ପ୍ରଥମ ଉଇକେଟ୍‌ ଯାଇଛି। ବାବର ଆଜମ ୨୬ ବଲରେ ୨୩ ରନ କରି ଆଉଟ ହୋଇଛନ୍ତି।

ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯାଉଥିବା ମ୍ୟାଚରେ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଏହି ମୁକାବିଲାରେ ମହମ୍ମଦ ଶାମି ହଠାତ୍‌ ମଇଦାନ ବାହାରକୁ ଚାଲିଯାଇଛନ୍ତି। ତାଙ୍କ ପାଦରେ କିଛି ସମସ୍ୟା ଥିବା ଦେଖାଯାଇଛି।

ଟିମ ଇଣ୍ଡିଆ ପାଇଁ ମହମ୍ମଦ ଶାମି ବୋଲିଂ ଆରମ୍ଭ କରିଥିଲେ, କିନ୍ତୁ ସ୍ପେଲରେ ୩ ଓଭର ପୂରଣ କରିବା ପରେ ସେ ପଡ଼ିଆ ଛାଡି ଦେଇଥିଲେ। ଶାମି ଖରାପ ଫିଟନେସ ସହିତ ସଂଘର୍ଷ କରୁଥିବା ଦେଖାଯାଇଛି। ସେ ପ୍ରଥମ ଓଭରରେ ପାଞ୍ଚଟି ୱାଇଡ ବଲ ପକାଇ ସାରିଛନ୍ତି। ଫଳସ୍ବରୂପ, ଇନିଂସର ପଞ୍ଚମ ଓଭର ପରେ ଶାମି ପଡ଼ିଆ ଛାଡିଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ରଖାଯାଇଛି।

Share