ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ, ସିଂହ, ବିଛା, ମକର ଏବଂ କନ୍ୟା ରାଶି ପାଇଁ ଅତ୍ୟନ୍ତ ସଫଳତା, ଆର୍ଥିକ ଲାଭ, କ୍ୟାରିୟରରେ ଅଭିବୃଦ୍ଧି ଏବଂ ଅପ୍ରତ୍ୟାଶିତ ସୁଯୋଗ ଆଣିବ

ମେଷ: ବାବ ଭେଙ୍ଗାଙ୍କ ଭବିଷ୍ୟବାଣୀ କହୁଛି, ମେଷ ରାଶିରେ ୨୦୨୬ ବର୍ଷ ବେଶ ଆରାମରେ କଟିବ । ଦୀର୍ଘ ଦିନ ହେଲା ଲାଗି ରହିଥିବା ସମସ୍ୟା ଦୂର ହେବ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ଏହି ରାଶିର ବ୍ୟକ୍ତି ହଠାତ୍ ଧନ ଲାଭ କରିବେ । ଅଚାନକ୍ ହାତକୁ ଆସିଯିବ ଟଙ୍କା । କ୍ୟାରିୟରରେ ଅଗ୍ରଗତି କରିବ । ସଫଳତା ପାଇବେ ।

ବୃଷ: ଭବିଷ୍ୟବାଣୀ କହୁଛି, ୨୦୨୬ରେ ବୃଷ ରାଶିର ବ୍ୟକ୍ତିଙ୍କ ଅତ୍ୟନ୍ତ ଶୁଭ ହେବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ସଫଳ ହେବେ । ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସମୟ ରହିବ । ନୂଆ କିଛି କରିବାକୁ ପ୍ରୟାସ କରିବେ ଏବଂ ସଫଳ ମଧ୍ୟ ହୋଇପାରନ୍ତି ।

କର୍କଟ: ବାବା ଭେଙ୍ଗା କହିଯାଇଛନ୍ତି ଯେ, କର୍କଟ ରାଶିର ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ କରିଦେବେ । ରୋଜଗାରର ନୂଆ ରାସ୍ତା ଖୋଲିବ । ନୂତନ ଚାକିରି, ପଦୋନ୍ନତି, ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ହେବ । ସମ୍ମାନ ଏବଂ ସ୍ବାଭିମାନ ବୃଦ୍ଧି ପାଇବ । ହଠାତ୍ ଆର୍ଥିକ ଲାଭ ହେବ ।

ସିଂହ: ସିଂହ ରାଶି ୨୦୨୬ରେ କମାଲ କରିବେ । ଆକସ୍ମିକ ଭାବେ ଧନ ଲାଭ ହେବ । ପାରିବାରିକ ସ୍ଥିତି ବେଶ୍‌ ସୁଦୃଢ ହେବ । ପୁରୁଣା ସମସ୍ୟା ଦୂର ହେବ । ଚାକିରି ଏବଂ ବ୍ୟବସାୟରେ ସ୍ଥିରତା ରହିବ । ସମାଜରେ ଖ୍ୟାତି ବୃଦ୍ଧି ପାଇବ ।

କନ୍ୟା: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କହୁଛି, କନ୍ୟା ରାଶିରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବ । ୨୦୨୬ ମସିହାରେ ଏହି ରାଶିରେ କିଛି ଚମତ୍କାର ଘଟଣା ଘଟିବ । ଯାହାକି ଭାଗ୍ୟ ବଦଳାଇ ଦେଇପାରେ । କ୍ୟାରିୟରରେ ଅଗ୍ରଗତି ହେବାର ସମ୍ଭାବନା ଅଧିକ । ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭବାନ ହେବେ । ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।

ଧନୁ ରାଶି: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ରହିଛି ଯେ, ୨୦୨୬ରେ ଧନୁ ରାଶିର ବ୍ୟକ୍ତିଙ୍କ ସୁଖ ଏବଂ ସମୃଦ୍ଧି ବଢିବ । ବଡ଼ ସୁଯୋଗ ପାଇପାରନ୍ତି । ସବୁଠୁ ବଡ ଇଚ୍ଛା ପୂରଣ ହୋଇପାରେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।