ମୁକୁଳିବେ ନାହିଁ ଆଜମ ଖାନ! କୋର୍ଟ ଜାରି କଲେ ନାହିଁ ରିଲିଜ ଓ୍ବାରେଣ୍ଟ

ମୋରାଦାବାଦ,୨୩।୯: ଜେଲରୁ ବାହାରି ପାରିବେ ନାହିଁ ଆଜମ ଖାନ। ମୋରାଦାବାଦ କୋର୍ଟ ଏପର୍ଯ୍ୟନ୍ତ ତାଙ୍କର ରିଲିଜ ଓ୍ବାରେଣ୍ଟ ଜାରି କରିନାହାଁନ୍ତି। ସେ ଛଜଲାଟ ମାମଲାରେ ତାଙ୍କର ଦୁଇ ବର୍ଷର ସଜା ପୂରଣ କରିଛନ୍ତି। ମଙ୍ଗଳବାର କୋର୍ଟ ଦ୍ୱାରା ରିଲିଜ ୱାରେଣ୍ଟ ଜାରି ହୋଇପାରେ। ହେଲେ ଏବେ ପର୍ଯ୍ୟନ୍ତ ଆଜମ ଖାନଙ୍କ ମୁକ୍ତି ସମ୍ଭାବନା କମ ରହିଛି। ଅପରାହ୍ନ ୨ଟା ସୁଦ୍ଧା ୱାରେଣ୍ଟ ଜାରି କରାଯିବ ବୋଲି ଜଣାପଡିଛି। ଯଦି ୱାୟାରଲେସ ଅନଲାଇନ ୱାରେଣ୍ଟ ଜେଲରେ ପହଞ୍ଚିଥାଏ, ତେବେ ତାଙ୍କୁ ସା ସୁଦ୍ଧା ମୁକ୍ତ କରାଯିବ। ନଚେତ ତାଙ୍କୁ କାଲି ମୁକ୍ତ କରାଯିବ।
ବରିଷ୍ଠ ସମାଜବାଦୀ ପାର୍ଟି ନେତା ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ ୨୩ ମାସ ପରେ ମଙ୍ଗଳବାର ସୀତାପୁର ଜେଲରୁ ମୁକ୍ତ ହେବେ ବୋଲି କୁହାଯାଉଥିଲା। ମଙ୍ଗଳବାର ସକାଳ ୭ଟାରେ ଏସପି ନେତାଙ୍କ ମୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ଜେଲ ପ୍ରଶାସନ ତାଙ୍କ ମୁକ୍ତି ପାଇଁ ପ୍ରସ୍ତୁତି କରିଛି। ଜେଲ ଛାଡିବା ପରେ ସେ ସିଧାସଳଖ ରାମପୁରସ୍ଥିତ ତାଙ୍କ ଘରକୁ ଯିବେ ବୋଲି ଜଣାପଡିଥିଲା।
ଜେଲ ପ୍ରଶାସନ ମଧ୍ୟ ଆଜମ ଖାନଙ୍କ ମୁକ୍ତି ପାଇଁ ସୁରକ୍ଷା ବ୍ୟବସ୍ଥା କରିଛି। ସକାଳଠାରୁ ଜେଲ ଚାରିପାଖରେ ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ତାଙ୍କ ମୁକ୍ତିକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦର ପରିବେଶ ରହିଛି। ଏସପି କର୍ମୀ ଏବଂ ସମର୍ଥକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।