ଆଜମ ଖାନ୍‌ଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଲକ୍ଷ୍ନୌ,୩୦ା୫: ଲୋକ ସଭା ନିର୍ବାଚନ ସମୟରେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସମାଜବାଦୀ ପାର୍ଟିର ନେତା ଆଜମ୍‌ ଖାନ୍‌। ନିର୍ବାଚନର ଶେଷ ପର୍ଯ୍ୟାୟ ଜୁନ ୧ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭେଟେରାନ ନେତା ଆଜମ୍‌ଙ୍କୁ ଏକ ମାମଲାରେ ଦଣ୍ଡିତ କରାଯାଇଛି। ଏହା ବ୍ୟତୀତ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଛି। ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଗୁରୁବାର ଡଙ୍ଗରପୁର ମାମଲାରେ ଆଜମ୍‌ଙ୍କୁ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ କୋର୍ଟ ୧୪ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଗତକାଲି ଆଜମ୍‌ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜମ୍‌ଙ୍କୁ ଡଙ୍ଗରପୁର କଲୋନୀକୁ ଜବରଦସ୍ତ ଖାଲି କରିବା, ଆକ୍ରମଣ, ଭଙ୍ଗାରୁଜା, ଲୁଟ୍‌ ଓ ଧମକ ଦେବା ଅଭିଯୋଗ ହୋଇଥିଲା। ମାମଲାଟି ୬ ଡିସେମ୍ବର ୨୦୧୬ର ଅଟେ। ୨୦୧୯ରେ ଆଜମ୍‌ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ ଅଧିବେଶନରେ ଚାଲିଥିଲା।

Share
Tags: azam khansp