Categories: Home Middleଖେଳ

ମହିଳା ବିଶ୍ୱକପ୍‌ରେ ପାକିସ୍ତାନର “ଆଜାଦ କଶ୍ମୀର” ନାରା, ଏସିଆ କପ୍ ପରେ ପୁଣି ବିବାଦ

କୋଲମ୍ବୋ,୩।୧: କୋଲମ୍ବୋରେ ଚାଲିଥିବା ମହିଳା ଦିନିକିଆ ବିଶ୍ୱକପରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ମ୍ୟାଚ ସମୟରେ ପୂର୍ବତନ ପାକିସ୍ତାନ ମହିଳା କ୍ରିକେଟ ଦଳର ଅଧିନାୟକ ସାନା ମୀରଙ୍କ ଏକ ରାଜନୈତିକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ନାଟାଲିଆ ପରଭେଜ ବ୍ୟାଟିଂ ପାଇଁ ଆସିବା ସମୟରେ କମେଣ୍ଟ୍ରୀ କରୁଥିବା ସାନା ତାଙ୍କୁ “ଆଜାଦ କାଶ୍ମୀର”ରୁ ଆସିଥିବା କହିଥିଲେ, ଯାହାକୁ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ବୋଲି କହେ। ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାନାଙ୍କୁ ତীବ୍ର ସମାଲୋଚନାର ସାମନା କରିବାକୁ ପଡ଼ିଛି।

ଅନ୍ୟପକ୍ଷରେ, ବାଂଲାଦେଶ ପାକିସ୍ତାନକୁ ୭ ଓ୍ଵିକେଟରେ ହରାଇଛି। ୧୩୦ ରନର ଲକ୍ଷ୍ୟକୁ ବାଂଲାଦେଶ ୩୧.୧ ଓଭରରେ ୧୩୧/୩ ସ୍କୋର କରି ସହଜରେ ହାସଲ କରିଥିଲା। ରୁବୟା ହାଇଦରଙ୍କ ଅପରାଜିତ ୫୪ ଓ ଅଧିନାୟକ ନିଗାର ସୁଲତାନାଙ୍କ ସହ ୬୨ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଏବଂ ମାରୁଫା ଆକତାରଙ୍କ ଦମଦାର ବୋଲିଂ ବାଂଲାଦେଶକୁ ବିଜୟୀ କରାଇଥିଲା।

Share