ବିଚକ୍ଷଣ ପ୍ରତିଭାର ଅଧିକାରୀ ଆୟୁଷ୍ମାନ: ଚାରିଆଡ଼େ ପ୍ରଶଂସିତ

ଦାରିଙ୍ଗବାଡି,୨୪/୧୦(ଅରୁଣ ସାହୁ): ପାଠ ପଢା ସହ ବିଭିନ୍ନ କଳା କ୍ଷେତ୍ର ଓ ପରିବେଶ ସୁରକ୍ଷା ଦିଗରେ ପିଲାବେଳୁ ଆଗ୍ରହ ଦେଖାଉଥିବା ଛାତ୍ର ଆୟୁଷ୍ମାନ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ପ୍ରକାଶ ଯେ, ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁ ପିଲାଟି ଦିନରୁ ଅଞ୍ଚଳରେ ପରିବେଶ ସୁରକ୍ଷା ନେଇ କାର୍ଯ୍ୟକରି ଜିଲ୍ଲା ଓ ରାଜ୍ୟ ବାହାରେ ଚର୍ଚ୍ଚାରେ ରହିଥିବା ବେଳେ ଚିତ୍ର କଳାରେ ମଧ୍ୟ ସେ ଜାତୀୟ ସ୍ତରରେ ପ୍ରଂଶସିତ ହୋଇଛନ୍ତି। ସେ ତାଙ୍କ ହାତ ତୁଳିରେ ଅନେକ ଚିତ୍ର ଆଙ୍କି ବ୍ଲକ, ଜିଲା ତଥା ରାଜ୍ୟ ବାହାରେ ଏକାଧିକ ପ୍ରଂଶସା ପତ୍ର ପାଇଛନ୍ତି। ଏବେ ପୁରୀ ଶ୍ରୀଜଗନ୍ନାଥ ଧାମର ଚିତ୍ର ଆଙ୍କି ଅଞ୍ଚଳରେ ପ୍ରଂଶସା ସାଉଁଟିଛନ୍ତି।
ଆୟୁଷ୍ମାନ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଅଞ୍ଚଳରେ ଅନେକ କାର୍ଯ୍ୟ କରନ୍ତି। ଚିତ୍ର ଆଙ୍କିବା ସହ ସେ ଗଛ ମଧ୍ୟ ଲଗାଇବାକୁ ପସନ୍ଦ କରନ୍ତି। ସେହିପରି ସେ ଓ ତାଙ୍କ ସହପାଠୀ ମାନଙ୍କ ସହ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ଓ ବିଭିନ୍ନ ଅଳିଆ ଭର୍ତ୍ତି ସ୍ଥାନରେ ପ୍ରାୟ ଛୁଟି ଦିନରେ ସଫେଇ କରିବାକୁ ଆଗ୍ରହ ରଖିଥାନ୍ତି। ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଂଶସାପତ୍ର ପ୍ରଦାନ କରାଯାଇଥିବାଜଣାପଡିଛି। ଆୟୁଷ୍ମାନଙ୍କ ଏଭଳି କାର୍ଯ୍ୟକୁ ନେଇ ତାଙ୍କ ପରିବାର ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନେ ମଧ୍ୟ ଉଚ୍ଚ ପ୍ରଂଶସା କରିବା ସହ ସହଯୋଗ କରୁଥିବା ଆୟୁଷ୍ମାନ କହିଛନ୍ତି। ସେହିପରି ଆୟୁଷ୍ମାନଙ୍କ ଅନ୍ୟ ଦକ୍ଷତା ଓ ଆଗ୍ରହ ମଧ୍ୟରେ ଆତ୍ମସୁରକ୍ଷା ତାଲିମ ନେଇଥିବା ବେଳେ ସୁଇମିଂର ତାଲିମ ମଧ୍ୟ ନେଇ ପ୍ରଂଶସିତ ହୋଇଛନ୍ତି।

 

Dharitri – Odisha’s No.1 Odia Daily