ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ପୂର୍ବରୁ, ଏକଜିଟ ପୋଲ ଦାବି କରିଛି ଯେ ଭାଜପା ସରକାର ଗଠନ କରିବ। ଏହି ସମୟରେ, ଗୁରୁବାର (ଫେବୃଆରୀ ୬) ରେ, ଆକ୍ସିସ ମାଇ ଇଣ୍ଡିଆ ଏହି ସଂଖ୍ୟା ପ୍ରକାଶ କରିଛି।
ଏହା ଅନୁସାରେ, ୨୫ବର୍ଷ ପରେ ଭାଜପା ଜାତୀୟ ରାଜଧାନୀରେ ବିଜୟ ହାସଲ କରିପାରେ। ଏକଜିଟ ପୋଲ ଅନୁଯାୟୀ, ଭାଜପା ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିପାରେ।
ଆକ୍ସିସ ମାଇ ଇଣ୍ଡିଆର ତଥ୍ୟ ଅନୁଯାୟୀ, ଭାଜପାକୁ ୭୦ଟି ଆସନରୁ ୪୫ ରୁ ୫୫ଟି ଆସନ ମିଳିପାରେ। ସେହିପରି ଏଏପିକୁ କେବଳ ୧୫ ରୁ ୨୫ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ ଆଉ କଂଗ୍ରେସ ୦ ରୁ ୧ ଆସନ ପାଇପାରେ।
ଆକ୍ସିସ ମାଇ ଇଣ୍ଡିଆର ସର୍ଭେ ଅନୁଯାୟୀ, ଏଏପିକୁ ୪୨%, ଭାଜପାକୁ ୪୮% ଏବଂ କଂଗ୍ରେସକୁ ୭% ଭୋଟ ମିଳିପାରେ। ତିନି ପ୍ରତିଶତ ଭୋଟ ଅନ୍ୟମାନଙ୍କ ଖାତାକୁ ଯାଇପାରେ। ସର୍ଭେରେ ୧୩ ହଜାର ଲୋକଙ୍କ ସହ କଥାବାର୍ତ୍ତା କରାଯାଇଛି।
ଅଧିକାଂଶ ଏକ୍ଜିଟ ପୋଲରେ ଭାଜପା ସରକାର ଗଠନ କରିବ ବୋଲି ଦାବି କରାଯାଇଛି। ମାଟ୍ରିକ୍ସ ଏକ୍ଜିଟ ପୋଲ ଅନୁଯାୟୀ, ଭାଜପା ୩୯ ଟି ଆସନରୁ ୩୫ଟି ଜିତି ସରକାର ଗଠନ କରିପାରେ। ଏଏପିକୁ ୩୨ରୁ ୩୭ ଆସନ ଏବଂ କଂଗ୍ରେସକୁ ଶୂନ୍ୟରୁ ଦୁଇଟି ଆସନ ମିଳିବାର ଆଶା କରାଯାଉଛି। ପି-ମାର୍କ ଏକଜିଟ ପୋଲ ଅନୁଯାୟୀ, ଭାଜପା ୩୯-୪୯ ଆସନ ଜିତି ପୂର୍ଣ୍ଣ ବହୁମତ ସରକାର ଗଠନ କରିପାରେ। ଏହି ସର୍ଭେରେ ଏଏପି ୨୧ରୁ ୩୧ ଏବଂ କଂଗ୍ରେସ ୦-୧ ଆସନ ପାଇବ ବୋଲି ଆଶା କରାଯାଉଛି।