ଆକ୍ସିସ୍‌ ଗ୍ରୁପ୍‌ର ‘ଅବସରକାଳୀନ ବ୍ୟବସାୟ’

ନୂଆଦିଲ୍ଲୀ,୨୨।୧୨: ଜାତୀୟ ପେନ୍‌ସନ ସ୍କିମ୍‌ (ଏନ୍‌ପିଏସ୍‌) ଅଧୀନରେ ପାଣ୍ଠି ପରିଚାଳନା କରିବା ଲାଗି ପେନ୍‌ସନ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆର୍‌ଡିଏ)ଙ୍କ ପକ୍ଷରୁ ପେନ୍‌ସନ ଫଣ୍ଡ୍‌ ମ୍ୟାନେଜର ଭାବେ ଆକ୍ସିସ୍‌ ପେନ୍‌ସନ ଫଣ୍ଡ୍‌ ମ୍ୟାନେଜମେଣ୍ଟ ଲିମିଟେଡ୍‌ (ଆକ୍ସିସ୍‌ ପିଏଫ୍‌ଏମ୍‌)କୁ ନିଯୁକ୍ତ କରାଯାଇଛି। ଏହା ହେଉଛି ଆକ୍ସିସ୍‌ ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀର ଏକ ସହାୟକ ଏବଂ ଆକ୍ସିସ୍‌ ବ୍ୟାଙ୍କ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା।

ଆକ୍ସିସ୍‌ ପିଏଫ୍‌ଏମ୍‌ ପକ୍ଷରୁ ୨୦୨୨ ସେପ୍ଟେମ୍ବର ୨୦ରେ ବ୍ୟବସାୟ ଶୁଭାରମ୍ଭ କରିବା ଲାଗି ପିଏଫ୍‌ଆର୍‌ଡିଏରୁ ସାର୍ଟିଫିକେଟ୍‌ ଗ୍ରହଣ କରାଯାଇଥିଲା ଏବଂ ୨୦୨୨ ଅକ୍ଟୋବର ୨୧ ପରଠାରୁ କମ୍ପାନୀ ଏହାର କାରବାର ଆରମ୍ଭ କରିଛି। ଏହାର ଶୁଭାରମ୍ଭ ସହ ଆକ୍ସିସ୍‌ ଗ୍ରୁପ୍‌ ନାଗରିକମାନଙ୍କୁ ଏକ ସମ୍ପୂର୍ଣ୍ଣ ଅବସରକାଳୀନ ସମାଧାନ ପ୍ରଦାନ କରିବ। ସମସ୍ତ ନାଗରିକ, କର୍ପୋରେଟ୍‌ କ୍ଷେତ୍ର ଏବଂ ସରକାରୀ କ୍ଷେତ୍ର ଲାଗି ଏହା ପେନ୍‌ସନ ପାଣ୍ଠିର ପରିଚାଳନା କରିବ। ଏନ୍‌ପିଏସ୍‌ ଜରିଆରେ ଅବସରକାଳୀନ ପାଣ୍ଠି ଗଠନ କରିବା ଲାଗି ପ୍ରତି ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ନିବେଶକମାନଙ୍କ ଲାଗି ବିପଦ ପରିଚାଳନା ହୋଇପାରୁଥିବା ଏବଂ ଦୀର୍ଘମିଆଦୀ ଭିତ୍ତିରେ ସର୍ବାଧିକ ରିଟର୍ନ ଆଣିବା ଉପରେ କମ୍ପାନୀ ଗୁରୁତ୍ୱ ପ୍ରଦାନ କରିବ।

ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି, ଆକ୍ସିସ୍‌ ପେନ୍‌ସନ ଫଣ୍ଡ୍‌ର ଶୁଭାରମ୍ଭ ସହ ଆମେ ଅବସରକାଳୀନ ସମାଧାନ କ୍ଷେତ୍ରରେ ଆମ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛୁ। ସେହିଭଳି ଆକ୍ସିସ୍‌ ପେନ୍‌ସନ ଫଣ୍ଡ୍‌ର ଏମ୍‌ଡି ଓ ସିଇଓ ସୁମିତ ଶୁକ୍ଳା କହିଛନ୍ତି, ଆମ ଲକ୍ଷ୍ୟ ଅନ୍ତର୍ଦୃଷ୍ଟି,ସଶକ୍ତ କର୍ମଚାରୀ ଏବଂ ପ୍ରଯୁକ୍ତିର ବ୍ୟବହାର ଜରିଆରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଏବଂ ସବୁଠୁ ପସନ୍ଦର ଅବସରକାଳୀନ ସମାଧାନ ପ୍ରଦାନକାରୀ ହେବା।