ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ ୨୦୨୬ର ପ୍ରତିଟି ମ୍ୟାଚରେ ଚମତ୍କାର କ୍ୟାଚ୍ ଦେଖିବାକୁ ମିଳୁଛି। କିନ୍ତୁ ସେମିଫାଇନାଲ ଭଳି ହାଇ-ଭୋଲଟେଜ ମ୍ୟାଚ୍ରେ ଅକ୍ଷର ପଟେଲ ଯେଉଁ କ୍ୟାଚ ଧରିଛନ୍ତି, ତାହା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛି। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ୍ଙ୍କୁ ଆଉଟ କରିବା ପାଇଁ ଅକ୍ଷର ଯେଉଁ କୌଶଳ ଓ ସାହସ ଦେଖାଇଲେ, ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଇଂଲଣ୍ଡ ଇନିଂସର ୫ମ ଓଭରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଲିଂ ଦାୟିତ୍ୱ ଜସପ୍ରୀତ ବୁମରାଙ୍କୁ ଧରାଇଥିଲେ। ଓଭରର ପ୍ରଥମ ବଲ୍କୁ ବୁଝିବାରେ ହ୍ୟାରୀ ବ୍ରୁକ୍ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ଏବଂ ବଲ୍ ତାଙ୍କ ବ୍ୟାଟରେ ବାଜି ବହୁତ ଉପରକୁ ଉଠିଯାଇଥିଲା। ସେହି ସମୟରେ ଅକ୍ଷର ପଟେଲ ବଲ୍ରୁ ଲକ୍ଷ୍ୟ କରି ପ୍ରାୟ ୨୪ ମିଟର ପଛକୁ ଦୌଡ଼ିବାକୁ ଆରମ୍ଭ କରିଥିଲେ। ପଛକୁ ଦୌଡ଼ି ବଲ୍କୁ ନିର୍ଭୁଲ ଭାବେ ଧରିବା ଏକ କଷ୍ଟକର କାମ ଥିଲା, ଯାହାକୁ ଅକ୍ଷର ଅତି ସହଜରେ କରି ଦେଖାଇଥିଲେ।
ଏହି କ୍ୟାଚ ଟି-୨୦ ବିଶ୍ୱକପ ୨୦୨୬ର ଶ୍ରେଷ୍ଠ କ୍ୟାଚ କି ନୁହେଁ ତାହା ଏକ ବିତର୍କର ବିଷୟ ହୋଇପାରେ, କିନ୍ତୁ ଏହା ନିଶ୍ଚିତ ଭାବେ ଜଣେ ଭାରତୀୟ ଖେଳାଳିଙ୍କ ଦ୍ୱାରା ନିଆଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ଚମତ୍କାର କ୍ୟାଚ୍ ଥିଲା। ଅକ୍ଷରଙ୍କ ଏହି ସଫଳତା ପରେ ଷ୍ଟାଡିୟମରେ ଥିବା ପ୍ରଶଂସକ ଏବଂ କ୍ରିଜରେ ଥିବା ସାଥୀ ଖେଳାଳିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ହ୍ୟାରୀ ବ୍ରୁକ୍ ମାତ୍ର ୬ଟି ବଲ୍ରେ ୭ ରନ୍ କରି ଆଉଟ ହୋଇଥିଲେ। ତାଙ୍କ ଉଇକେଟ ପରେ ଇଂଲଣ୍ଡର ସ୍କୋର ୪.୧ ଓଭରରେ ୩୮ ରନ ଥିଲା। ସେମିଫାଇନାଲର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଅଧିନାୟକଙ୍କ ଉଇକେଟ ହରାଇବା ଇଂଲଣ୍ଡ ପାଇଁ ଏକ ବଡ଼ ଧକ୍କା ସାବ୍ୟସ୍ତ ହୋଇଥିଲା।
ଓ୍ବାଙ୍ଖଡେରେ ଉଡ଼ିଲା ଭାରତର ବିଜୟ ପତାକା: ଫାଇନାଲରେ ନ୍ୟୁଜିଲାଣ୍ଡ ସହ ହେବ ମହାଲଢ଼େଇ