ପାରିବାରିକ କଳହର କରୁଣ ପରିସ୍ଥିତି: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ

ବୌଦ୍ଧ,୨୬।୭(ଅଜିତ କୁମାର ବାରିକ): ବୌଦ୍ଧ ଜ଼ିଲା ହରଭଂଗା ବ୍ଲକର ପୁରୁଣା କଟକ ଥାନା ପଛ ପଟେ ରହୁଥିବାଜଣେ ଯୁବକ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ, ତୁକୁ ଲୁଣ୍ଡା ଗ୍ରାମର ସାଜନ ପ୍ରଧାନ ଗ୍ରାମ ନିକଟସ୍ଥ ଲୋକପଡା ଗ୍ରାମର କୁନି ଗୁରୁକୁ ଭଲ ପାଇ ବିବାହ ଜରିଥିଲେ। ଉଭୟ ଭିନ୍ନ ଭିନ୍ନ ଜାତିର ହୋଉଥିବାରୁ ସାଜନ କୁନିକୁ ନିଜ ଘରକୁ ନେଇ ନ ଥିଲା।
ଫଳରେ ଉଭୟ ପୁରୁଣା କଟକ ଥାନା ପଛପଟେ ଘର କରି ରହି ଆସୁଥିଲେ।ଗତ ଶୁକ୍ରବାର ରାତିରେ ପାରିବାରିକ କଳହରୁ ସଜନ ଟାଙ୍ଗିଆରେ ସ୍ତ୍ରୀ କୁନିଙ୍କୁ ହାଣି ଦେଇଥଲେ। ସଙ୍ଗେ ସଙ୍ଗେ କୁନିକୁ ପୁରୁଣା କଟକ ମେଡିକାଲକୁ ନିଆଯାଇଥିଲା । ସେଠାରେ କୁନିଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁରୁଣା କଟକ ପୋଲିସ ଅଭିଯୁକ୍ତ ସ୍ବାମୀ ସଜନକୁ ଥାନାରେ ଅଟକ ରଖିଛି । ମୃତଦେହ ଜବତ କରି ପୋଷ୍ଟ ମର୍ତ୍ତମ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଛି।