ବିଶ୍ବ ମାନବ ଚାଲାଣ ବିରୋଧୀ ଦିବସକୁ ନେଇ ସଚେତନତା

ରାଇକିଆ,୨୮।୭(ପ୍ରଦୀପ ବେହେରା): ଆସନ୍ତା ଜୁଲାଇ ୩୦ ତାରିଖ ହେଉଛି ବିଶ୍ବ ମାନବ ଚାଲାଣ ବିରୋଧୀ ଦିବସ ମାନବ ଚାଲାଣର ଶିକାର ହୋଇଥିବା ଲୋକଙ୍କ ପରିସ୍ଥିତି ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କ ଅଧିକାରକୁ ପ୍ରୋତ୍ସାହିତ ଏବଂ ସୁରକ୍ଷା କରିବା ପାଇଁ ଏହି ଦିବସ ପାଳନ କରାଯାଉଅଛି । ଏହାକୁ ଦୃଷ୍ଟିରେ ରଖି ରାଇକିଆ ଆଶ୍ରୟ ଇଂଲିଶ ମିଡିୟମ ସ୍କୁଲ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ରାଇକିଆ ବିଡିଓ ସବ୍ୟସାଚୀ ସାହୁ, ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନଙ୍କ ସୁଶାସନ ଯୋଗୁ ସ୍ଥାନୀୟ ଅଞ୍ଚଳରେ ମାନବ ଚାଲାଣ ରୋକିବାରେ ସହାୟକ ହେଉଥିବାରୁ ଫୁଲତୋଡ଼ା ଦେଇ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଶିକ୍ଷକ ସାମିଲ ହୋଇଥିଲେ।

Share
Tags: odisha