ଦିଗପହଣ୍ଡି ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା: ତାଲିମ ପରେ ସରିଲା ମକ୍ ଡ୍ରିଲ୍ 

ଦିଗପହଣ୍ଡି,୧୯|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପ୍ରଶାସନ ଓ ଦିଗପହଣ୍ଡି ବ୍ଳକ ପ୍ରଶାସନର ମିଳିତ ସଂଯୋଜନାରେ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଖମାରି ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ସ୍ଥିତ ବହୁମୁଖୀ ବନ୍ଯା ଆଶ୍ରୟସ୍ଥଳୀ ପରିସରରେ ବିପର୍ଯ୍ୟୟ ପରିଚାଳନା ନେଇ ଗୁରୁବାର ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଲୋକଙ୍କୁ ବିପର୍ଯ୍ୟୟ ସମୟରେ ଉଦ୍ଧାର କରାଯିବାର କଳା କୌଶଳ ସମ୍ପର୍କରେ ତାଲିମ ଦିଆଯିବା ପରେ ସାମୁହିକ ଅଭ୍ୟାସ ତଥା ମକ୍  ଡ୍ରିଲ  ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ପରିଚାଳନା କରିଥିଲେ ।ଗଞ୍ଜାମ ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର,ଦିଗପହଣ୍ଡି ଏବିଇଓ ବାଳା ମାଝୀ, କନିଷ୍ଠ ଯନ୍ତ୍ରୀ ଇଂ. ସୁନୟନା ପାଣିଗ୍ରାହୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ମହାଙ୍କୁଡ଼, ଏଡିଓ ଶିବ କୁମାର ସାହୁ , ରାଜସ୍ବ ନୀରିକ୍ଷକ ସନାତନ ରଣା , ସମିତି ସଭ୍ୟ ପ୍ରତିନିଧି ଭଗବାନ ମହାପାତ୍ର, ନାଏବ ସରପଞ୍ଚ ଶରତ କୁମାର ଶବର, ପ୍ରାଣୀ ଚିକିତ୍ସକ ଡ଼. ଡି.ବାଲାଜୀ ଦୋର , କ୍ଳଷ୍ଟର ସିଆରସିସି ଜଗନ୍ନାଥ ବେହେରା , ଶ୍ରଦ୍ଧା ଏନଜିଓ ପ୍ରତିନିଧି ଶଙ୍କର ମିଶ୍ର , ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ଙ୍କ ସମେତ ଅଗ୍ନିଶମ କର୍ମଚାରୀ ବୃନ୍ଦ ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ବନ୍ଯା, ବାତ୍ୟା, ଭୂ- ସ୍ଖଳନ ସମୟରେ ପ୍ରଭାବିତ ଲୋକଙ୍କୁ ସଚେତନ କରାଇବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ କିପରି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏହି ସମୟରେ ନିୟୋଜିତ  ଉଦ୍ଧାରକାରୀ ଟିମକୁ ସହଯୋଗ କରି ଗର୍ଭବତୀ ମହିଳା , ଭିନ୍ନକ୍ଷମଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେବାପାଇଁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିପରି କୃତ୍ରିମ ବିପର୍ଯ୍ୟୟ ତଥା ନିଆଁ ଲାଗିବା କିମ୍ବା ଘରେ ରନ୍ଧନ ଗ୍ୟାସରୁ ନିଆଁ ବାହାରିଲେ ତାହାକୁ କିପରି ଆୟତ୍ତ କରାଯାଇପାରିବ। ଦୁର୍ଘଟଣା ପରେ ଲୋକଙ୍କୁ କିପରି ମେଡିକାଲ ପଠାଇବାର ବନ୍ଦୋବସ୍ତ କରାଯାଇପାରିବ ସେ ନେଇ ସଭାରେ ସବିଶେଷ ଆଲୋଚନା କରାଯିବା ସହ ଉପସ୍ଥିତ ଲୋକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

Share
Tags: digapahandi