ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ସ୍ବାସ୍ଥ୍ୟବସ୍ଥା, ଫିଟନେସ ଓ ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା ବୃଦ୍ଧି ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ସଣ୍ଡେ ଅନ ସାଇକଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ସାରଦା ପ୍ରସାଦ ଦାସଙ୍କ ନେତୃତ୍ୱରେ ସିପାହୀ ଓ ହାବିଲଦାରମାନେ ବାଟାଲିୟନ ପରିସରରୁ ଜାତୀୟ ରାସ୍ତା ପର୍ଯ୍ୟନ୍ତ ସାଇକଲ ଯାତ୍ରା କରି, ଲୋକମାନଙ୍କୁ ସୁସ୍ଥ ଜୀବନ ଓ ଦୈନିକ ଅଭ୍ୟାସର ଗୁରୁତ୍ୱ ବିଷୟରେ ସଚେତନ କରିଛନ୍ତି। ସାଇକେଲ ଯାତ୍ରା ଦ୍ୱାରା ଲୋକମାନେ ପ୍ରତିଦିନ ଅଧା ଘଣ୍ଟା ଶାରୀରିକ କାର୍ଯ୍ୟକଳାପ ପାଇଁ ପ୍ରତିଜ୍ଞା କରିବା, ସ୍ବାସ୍ଥ୍ୟ ଓ ଫିଟନେସ ସଚେତନତା ବୃଦ୍ଧି କରିବା, ଏବଂ ସମାଜରେ ସକ୍ରିୟ ଫିଟନେସ ସଂସ୍କୃତି ସ୍ଥାପନ କରିବା ପାଇଁ ସଚେତନତା କରାଯାଇଛି। ସିପାହୀ ଓ ହାବିଲଦାର ଏଥିରେ ସକ୍ରିୟ ଭାଗ ନେଇ ସ୍ଥାନୀୟ ନାଗରିକଙ୍କୁ ସଚେତନ କରିଥିଲେ।