Categories: ମେଟ୍ରୋ

ପ୍ଲାଷ୍ଟିକ୍‌ ବ୍ୟବହାର କମାଇବା ନେଇ ସଚେତନତା

ଭୁବନେଶ୍ୱର,୧୬ା୮: ସତ୍ୟନଗର ଲେଡିଜ୍‌ ଫୋରମ ପକ୍ଷରୁ ସ୍ଥାନୀୟ ପାର୍କଠାରେ ୭୭ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ସମେତ ବାଲ୍‌ବିହାର ବିଦ୍ୟାଳୟର ପ୍ରାୟ ୨oo କୁନିକୁନି ପିଲା ଜାତୀୟ ସଙ୍ଗୀତ ଗାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନିକଟସ୍ଥ ଭେଣ୍ଡିଂ ଜୋନ୍‌ରେ ପ୍ଲାଷ୍ଟିକ ବ୍ୟବହାର କମାଇବା ପାଇଁ ସଚେତନତା ସୃଷ୍ଟି କରାଯାଇ ପେପର ବ୍ୟାଗ୍‌ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସଦସ୍ୟା ଶୁଭେଦିତା ରାୟ, କାଜଲ ମହାପାତ୍ର, ସରିତା ପଟ୍ଟନାୟକ, ଦୀପ୍ତି ବେହେରା, ଲକ୍ଷ୍ମୀପ୍ରିୟା ମିଶ୍ର, ରତ୍ନପ୍ରଭା ରାୟ, ଲୁନା ଦାଶ, ଗୋବିନ୍ଦ ପାତ୍ର, ସାଜିଦ ଓ ସତ୍ୟନଗର ଯୋଗକେନ୍ଦ୍ରର ମହିଳାମାନେ ମଧ୍ୟ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

Share