ଭଞ୍ଜନଗର,୨୭ା୪(ବାବୁଲା ପ୍ରଧାନ): ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଭେଜିପୁଟଠାରେ କାଳଞ୍ଜି ସମାଜର ସାମ୍ବିଧାନିକ ବୈଠକ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରାକ୍ତନ ସଭାପତି ବିଜୟାନନ୍ଦ ବିଷୋୟୀ କୁଳଦେବତା ବିଶ୍ୱରୂପୀ ଭଗବାନଙ୍କୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ସଭାପତି ସନ୍ତୋଷ କୁମାର ଜେନା, ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ନିରଞ୍ଜନ ସାହୁ,ସୁବଳ ଚନ୍ଦ୍ର ଭୂୟାଁଙ୍କ ସମେତ କିଛି କର୍ମକର୍ତ୍ତା ଯୋଗଦେଇ ସମାଜ ସଂଗଠନ, ଶିକ୍ଷା, କୃଷି, ବାଲ୍ୟ ବିବାହ ସଚେତନତା, ସମାଜର ସାମ୍ବିଧାନିକ ନୀତି, ନିୟମ ଉପରେ କହିଥିଲେ।
ନିୟମାନୁଯାୟୀ କମିଟିର କାର୍ଯ୍ୟକାଳ ସମାପ୍ତି ହୋଇଯାଇଥିବାରୁ ଏକ ୧୫ଜଣିଆ ନୂତନ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ଚିଦାନନ୍ଦ ସୱାଇଁ, ସମ୍ପାଦକ ଭାବେ ସନ୍ତୋଷ କୁମାର ଜେନା, ଉପସଭାପତି ପ୍ରମୋଦ କୁମାର ବିଷୋୟୀ, ସହ ସମ୍ପାଦକ ଭାବେ ବିଶ୍ୱନାଥ ସ୍ବାଇଁ, ଅଭିମନ୍ୟୁ ବିଷୋୟୀ, ହରିହର ନାୟକ ଓ ଉପଦେଷ୍ଟା ଭାବେ ବିଭୁତିଭୂଷଣ ଜେନା, ଗଙ୍ଗାଧର ନାୟକ ଙ୍କୁ ମନୋନୀତ କରାଯାଇଥିଲା। ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା ନବଗଠିତ କମିଟି ସଦସ୍ୟ ଓ କର୍ମକର୍ତ୍ତାମାନଙ୍କୁ କୁଳଦେବତା ବିଶ୍ୱମୂର୍ତ୍ତି ଆଗରେ ଶପଥ ପାଠ କରାଇଥିଲେ। ବିଦାୟୀ କମିଟିଙ୍କୁ ଗ୍ରାମବାସୀଙ୍କ ତରଫରୁ ପ୍ରଶଂସାପତ୍ର ସହ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏଥିସହ ସମାଜ ସଂଗଠନଙ୍କୁ ସୁଦୃଢ଼ କରି ଜାତିର ସେବା, ସହଯୋଗ ଓ ଶୃଙ୍ଖଳିତ ଆଚରଣ ପାଇଁ ପ୍ରାକ୍ତନ ସଭାପତି ବିଜୟା ନନ୍ଦ ବିଷୋୟୀ, ପର୍ଶୁରାମ ତାରିଣୀ, ଚିଦାନନ୍ଦ ସ୍ବାଇଁ, ଅରୁଣ କୁମାର ନାୟକ ଓ ନଟବର ଭୂୟାଁଙ୍କୁ ପ୍ରଶଂସାପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହିଅବସରରେ ଗ୍ରାମ କମିଟି ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଗ୍ରାମର ବହୁ ସମାଜ ଭାଇ ଉପସ୍ଥିତ ରହିକାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ସମ୍ପାଦକ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।