ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାରପୋଷ (posh) ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ଉପ ଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟ ଗୁଡ଼ିକରେ ପୋଷ ଆଇନ କିଭଳି କଡାକଡି ଭାବେ ପାଳନ ହେବ ସେନେଇ କହିଥିଲେ। ଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ଆଇସିସି କମିଟି ପାଖରେ ନିର୍ଭୟରେ ଅଭିଯୋଗ କରନ୍ତୁ। ଆଇସିସି କମିଟି ଠିକ ଭାବେ କାର୍ଯ୍ୟକାରୀ କରାଯିବା ଉପରେ ଉପ ଜିଲାପାଳ କହିଥିଲେ। ଏଥିସହ ସରକାରଙ୍କ ଶକ୍ତିଶ୍ରୀ ସମେତ କିଛି ନୂଆଁ ନୀତି ନିୟମ ଉପରେ ମଧ୍ୟ ଉପ ଜିଲାପାଳ କହିଥିଲେ। ବାଳିକା ଆତ୍ମରକ୍ଷା ତାଲିମ ଶିବିର ଠିକ ଠାକ ଭାବେ କରାଯାଉ। ବର୍ଷ ତମାମ ମଝିରେ ମଝିରେ ଛାତ୍ରୀମାନଙ୍କୁୁ ବିଭିନ୍ନ ଯୋଜନା ଉପରେ ସଚେତନତା କରାଯାଉ।
ଛାତ୍ରୀମାନେ ଅନୁଷ୍ଠାନରେ କିଛି ଅସୁବିଧାର ସମ୍ମୁଖିନ ହେଲେ ସେମାନେ ଅନଲାଇନ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ। ଅନୁଷ୍ଠାନରେ ସମସ୍ତେ ପରସ୍ପରକୁ ସମ୍ମାନ ଦେଲେ ପୋଷ ଆଇନ ଲକ୍ଷ୍ୟ ସାଧନ ହେବ । ତେଣୁ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ଉପ ଜିଲାପାଳ ଉପସ୍ଥିତ କର୍ମଚାରୀଙ୍କୁ ଆହ୍ବାନ କରିଥିଲେ। ଏହି ଅବସରରେ ଡେପୁଟି କଲେକ୍ଟର ସୁମନ ଘୋଷ ସତନ୍ତ୍ର ଅତିଥି ଭାବେ ଯୋଗଦେଇ ପୋଷ ଆଇନ ଉପରେ କହିଥିଲେ। ଅବସରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ଶକ୍ତି ହିଁ ଶ୍ରେଷ୍ଠ ଶକ୍ତି ବୋଲି ନିଜର ବକ୍ତବ୍ୟରେ କହିଥିଲେ। ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ଆଇସିସି କମିଟିର ଅଧ୍ୟକ୍ଷା ତ୍ରିପ୍ତିମୟୀ ଦାସ ଆଇନର ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ପ୍ରଶାସନିକ ଅଧିକାରୀ ବିଭାସ ଦାସ ଧନ୍ୟବାଦ ଦେଇଥିଲେ। ସଭ୍ୟା ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ , ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ,ବିଦେଶୀ ରାଉତ, ଡ ରବିନ୍ଦ୍ର ମିଶ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।