Categories: Home Leftଖେଳ

ପଦାର୍ପଣ କରିବେ ଅଭେଶ, ଋତୁରାଜଙ୍କୁ ସୁଯୋଗ

କୋଲକାତା,୨୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ୪ ପରିବର୍ତ୍ତନ ସହ ଓହ୍ଲାଇଛି ଟିମ୍‌ ଇଣ୍ଡିଆ। ପୂର୍ବ ଦୁଇ ମ୍ୟାଚ୍‌ରେ ଖେଳିଥିବା ବିରାଟ କୋହଲି, ରିଷଭ ପନ୍ତ, ୟୁଜବେନ୍ଦ ଚହଲ ଓ ଭୁବନେଶ୍ୱର କୁମାର ଦଳରୁ ବାଦ୍‌ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ଦଳରେ ଋତୁରାଜ ଗାଏକ୍ୱାଡ ସୁଯୋଗ ମିଳିଥିବା ବେଳେ ପଦାର୍ପଣ କରିବାକୁ ଯାଉଛନ୍ତି ଅଭେଶ ଖାନ। ଶ୍ରେୟାସ ଆୟାର ଓ ଶାର୍ଦ୍ଦୁଳ ଠାକୁର ଦଳକୁ ଫେରିଛନ୍ତି। ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।