ଯାତ୍ରା ଦେଖି ଫେରିବାବେଳେ ଅଟୋଚାଳକଙ୍କୁ ହତ୍ୟା

ଟିକିରି,୧୩ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାର ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡି. କରଳ ଗାଁ ନିକଟରେ ଶୁକ୍ରବାର ରାତିରେ ଜଣେ ଅଟୋଚାଳକଙ୍କୁ ହତ୍ୟା କରାଯାଇଛି। ରାତିରେ ସେ ତିକିରିଠାରେ ହେଉଥିବା ବାଲିଯାତ୍ରା ଦେଖି ଫେରୁଥିବା ସମୟରେ ତାଙ୍କ ବେକକୁ ଧାରୁଆ ଅସ୍ତ୍ର ଦ୍ୱାରା କାଟି ହତ୍ୟା କରାଯାଇଛି। ମୃତକ ଜଣକ ପଡ଼ୋଶୀ କୋରାପୁଟ ଜିଲାର କାଳୀଆମ୍ବ ଆଦିବାସୀ ସାହିର ଅଟୋଚାଳକ ଖଗେଶ୍ବର ମାଣ୍ଡଙ୍ଗି। ମୃତକ ଜଣକ ତିନିଜଣଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ।