Categories: Home Leftଖେଳ

ଅଷ୍ଟ୍ରେଲିଆର ନବାଗତ ପେସରଙ୍କୁ ମିଳିଲା ଆଇପିଏଲ୍‌ କଣ୍ଟ୍ରାକ୍ଟ

ମେଲବୋର୍ନ,୨୦।୮ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଅଷ୍ଟ୍ରେଲିଆ ଦଳରେ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଥିବା ପେସର ନାଥନ ଏଲିସଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଛି। ଏଲିସଙ୍କୁ ନେବା ପାଇଁ ଆଇପିଏଲର ୩ ଫ୍ରାଞ୍ଚାଇଜ ଇଚ୍ଛା ପ୍ରକଟ କରିଥିଲେ। କିନ୍ତୁ ତାଙ୍କ ସହ ଚୁକ୍ତି କରିଥିବା ଦଳର ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।

ମାତ୍ର ୨ଟି ଟି୨୦ ମ୍ୟାଚ୍‌ ଖେଳିଥିବା ୨୬ ବର୍ଷୀୟ ଏଲିସଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ରହିଛି। ପଦାର୍ପଣ ଟି୨୦ ମ୍ୟାଚ୍‌ରେ ହ୍ୟାଟ୍ରିକ ନେବାରେ ସେ ବିଶ୍ୱର ପ୍ରଥମ ଖେଳାଳି। ନିକଟରେ ବାଂଲାଦେଶ ବିପକ୍ଷ ଏକ ଟି୨୦ ମ୍ୟାଚ୍‌ରେ ଅନ୍ତିମ ଓଭରରେ ଏଲିସ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଅନ୍ତର୍ଜାତୀୟ ଟି୨୦ରେ ହ୍ୟାଟ୍ରିକ ଅର୍ଜନ କରିବାରେ ଏଲିସ ହେଉଛନ୍ତି ତୃତୀୟ ଅଷ୍ଟ୍ରେଲିଆନ ଖେଳାଳି। ତାଙ୍କ ପୂର୍ବରୁ ବ୍ରେଟ ଲି ଓ ଆଷ୍ଟୋନ ଆଗର ଏହି ସଫଳତା ହାସଲ କରିଥିଲେ। ଡାହାଣହାତୀ ପେସର ଏଲିସଙ୍କ ଆଇପିଏଲ କଣ୍ଟ୍ରାକ୍ଟକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମଞ୍ଜୁରୀ ଦେଇ ନାହିଁ। ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀରେ ଅନୁଷ୍ଠିତ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଏଲିସ ଅନ୍‌ସୋଲ୍ଡ ରହିଥିଲେ।