Categories: Home Leftଖେଳ

ଅଷ୍ଟ୍ରେଲିଆନ ଓପନ ବ୍ୟାଡ୍‌ମିଣ୍ଟନ: ଲକ୍ଷ୍ୟ ସେନ୍‌ ଫାଇନାଲରେ

ସିଡ୍‌ନୀ, ୨୨ା୧୧: ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଅଷ୍ଟ୍ରେଲିଆନ ଓପନ ସୁପର ୫୦୦ ଟୁର୍ନାମେଣ୍ଟ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଏକ ୩ ଗେମ୍‌ ବିଶିଷ୍ଟ ସେମିଫାଇନାଲରେ ସେ ବିଶ୍ୱର ୬ନମ୍ବର ଖେଳାଳି ଚାଇନିଜ ତାଇପେର ଚୋଉ ତିନ୍‌ ଚେନ୍‌ଙ୍କୁ ହରାଇ ଦେଇଛନ୍ତି।

୨୦୨୧ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଲକ୍ଷ୍ୟ ତାଙ୍କ ପ୍ରଥମ ଗେମ୍‌ ହାରିବା ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ ସହ ଦ୍ୱିତୀୟ ସିଡ୍‌ ଖେଳାଳିଙ୍କୁ ୧୭-୨୧, ୨୪-୨୨, ୨୧-୧୬ରେ ପରାଜିତ କରିଥିଲେ। ୨୪ବର୍ଷୀୟ ଭାରତୀୟ ଖେଳାଳି ଚଳିତବର୍ଷ ପ୍ରଥମ ଭାଗରେ ହଂକଂ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ଏହି ସିଜନରେ ସେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଟାଇଟଲ ଜିତିବାରେ ସଫଳ ହୋଇପାରି ନାହାନ୍ତି। ରବିବାର ଫାଇନାଲରେ ସେ ଜାପାନର ୟୁଶି ଟାନକାଙ୍କୁ ଭେଟିବେ। ଅନ୍ୟ ସେମିଫାଇନାଲରେ ଟାନକା ୫ମ ସିଡ୍‌ ଚାଇନିଜ ତାଇପେର ଲିନ୍‌ ଚୁନ୍‌-ୟି’ଙ୍କୁ ୨୧-୧୮, ୨୧-୧୫ରେ ହରାଇ ଦେଇଛନ୍ତି।