ସିଡ୍ନୀ,୮ା୧: ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍ସିଜି)ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟ କ୍ରିକେଟ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଗୁରୁବାର ୫ ଉଇକେଟରେ ଜିତି ନେଇଛି। ଏହି ବିଜୟ ସହ ଘରୋଇ ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ୪-୧ ବ୍ୟବଧାନରେ ବିଜୟୀ ହୋଇଛି।
ପ୍ରଥମ ଇନିଂସରେ ଇଂଲଣ୍ଡ ୩୮୪ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୫୬୭ ରନ୍ କରିଥିଲା। ୧୮୩ ରନ ପଛରେ ରହିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୪୨ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ୧୬୦ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୫ ଉଇକେଟରେ ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆର ଓପନର ଟ୍ରାଭିସ ହେଡ୍ଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ମିଚେଲ ଷ୍ଟାର୍କଙ୍କୁ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି। ଏହି ମ୍ୟାଚ୍ ଜରିଆରେ ଅଷ୍ଟ୍ରେଲିଆର ଉସ୍ମାନ ଖ୍ୱାଜା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଛନ୍ତି।