Categories: Home Leftଖେଳ

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବ।

ଗତ ଜୁନ୍‌ରେ ଲଡର୍‌ସଠାରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକ ଟେଷ୍ଟ ଚାମ୍ପିୟନଶିପ୍‌ ଜିତିଥିଲା। ଫଳରେ ୩୭ବର୍ଷରେ ଦକ୍ଷିଣ ଆଫ୍ରିକାର ଏହା ଥିଲା ପ୍ରଥମ ପ୍ରମୁଖ କ୍ରିକେଟ ଟ୍ରଫି।

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁସାରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚଗୁଡ଼ିକ ମଧ୍ୟରୁ ପ୍ରଥମଟି ସେପ୍ଟେମ୍ବର ୨୪ରେ ଡର୍ବାନ, ଦ୍ୱିତୀୟଟି ସେପ୍ଟେମ୍ବର ୨୭ରେ ଜୋହାନ୍ସବର୍ଗ ଏବଂ ତୃତୀୟଟି ପୋଶ୍ଚେଫଷ୍ଟ୍ରୁମ୍‌ରେ ସେପ୍ଟେମ୍ବର ୩୦ରେ ଖେଳାଯିବ। ପରେ ଏକ ଦୁଇ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ ପୋଶ୍ଚେଫଷ୍ଟ୍ରୁମ୍‌ରେ ଅକ୍ଟୋବର ୩-୪ରେ ଅନୁଷ୍ଠିତ ହେବ। ଡର୍ବାନଠାରେ ଅକ୍ଟୋବର ୯ରୁ ଟେଷ୍ଟ ସିରିଜ ଆରମ୍ଭ ହେବ।

 

Share