SOUTHAMPTON, ENGLAND - SEPTEMBER 08: Mitchell Marsh of Australia pulls the ball for six during the 3rd Vitality International Twenty20 match between England and Australia at The Ageas Bowl on September 08, 2020 in Southampton, England. (Photo by Stu Forster/Getty Images for ECB)
ସାଉଥାମ୍ପଟନ, ୧୦।୯(ଏପି)- ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି। ପ୍ରଥମ ୨ଟି ମ୍ୟାଚ ଜିତିଥିବାରୁ ଘରୋଇ ଇଂଲଣ୍ଡ ୨-୧ରେ ସିରିଜ ଜିତିଛି। ତେବେ ବିଜୟ ସହ ଅଷ୍ଟ୍ରେଲିଆ ବିଶ୍ୱ ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ର଼୍ୟାଙ୍କିଙ୍ଗ୍ରେ ଶୀର୍ଷସ୍ଥାନ ବଜାୟ ରଖିବାକୁ ହେଲେ ଇଂଲଣ୍ଡକୁ କ୍ଲିନ୍ ସୁଇପ୍ କରିବା ଆବଶ୍ୟକ ହେଉଥିଲା। ମାତ୍ର ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୪୬ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩ଟି ବଲ୍ ବାକିଥାଇ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ୩୯ ରନ କରି ଅପରାଜିତ ରହିଥିବା ମିଚେଲ ମାର୍ଶ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଇଂଲଣ୍ଡର ଜୋସ୍ ବଟଲର ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ୨୦ ଓଭରରେ ୬ ଉଇକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜନି ବେୟାରଷ୍ଟୋ ସର୍ବାଧିକ ୫୫(୪୪ ବଲ, ୩ ଚୌକା, ୩ ଛକା), ଜୋ ଡେନ୍ଲି ୨୯*(୧୯ ୧ଲ, ୪ ଚୌକା), ଅଧିନାୟକ ଦାୟିତ୍ୱ ତୁଲାଇଥିବା ମୋଇନ ଅଲୀ ୨୩(୨୧ ବଲ, ୨ ଚୌକା, ୧ ଛକା) ଓ ଦାଓ୍ବିଦ ମଲନ ୨୧ ରନ କରିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଆଡାମ ଜାମ୍ପା ୨ଟି ଏବଂ ମିଚେଲ ଷ୍ଟାର୍କ, ଜୋଶ୍ ହାଜେଲଉଡ୍, କେନ୍ ରିଚାର୍ଡଶନ ଓ ଅଷ୍ଟନ ଅଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୯.୩ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲା। ଦଳ ୭୦ ରନରେ ପ୍ରଥମ ଉଇକେଟ ହରାଇଥିଲେ ହେଁ ମିଡଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଏକଦା ୧୦୦/୫ ହୋଇ ଯାଇଥିଲା। ତେବେ ମିଚେଲ ମାର୍ଶ ୩୯(୩୬ ବଲ, ୨ ଚୌକା, ୧ ଛକା) ଓ ଅଷ୍ଟନ ଅଗର ୧୬ ରନରେ ଅପରାଜିତ ରହି ଦଳର ବିଜୟରେ ମୁଣ୍ଡି ମାରିଥଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଆରୋନ ଫିଞ୍ଚ୍ ୩୯(୨୬ ବଲ, ୪ ଚୌକା, ୧ ଛକା), ମାର୍କୁସ ଷ୍ଟୋଇନ୍ସ ୨୬(୧୮ ବଲ, ୫ ଚୌକା) ରନର ଯୋଗଦାନ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ଆଡିଲ ରଶିଦ ୩ଟି ଏବଂ ମାର୍କ ଉଡ୍ ଓ ଟମ୍ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଇଂଲଣ୍ଡ ଜୋସ୍ ବଟଲର ଓ ନିୟମିତ ଅଧିନାୟକ ଇଅନ ମୋର୍ଗାନ ଏବଂ ଅଷ୍ଟ୍ରେଲିଆ ପ୍ୟାଟ୍ କୁମିନ୍ସ ଓ ଡେଭିଡ ଓ୍ବାର୍ନରଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ ଖେଳିଥିଲା। ଦୁଇ ଦେଶ ମଧ୍ୟରେ ଦିନିକିଆ ସିରିଜ ଶୁକ୍ରବାର ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ୨୦ ଓଭରରେ ୧୪୫/୬(ବେୟାରଷ୍ଟୋ-୫୫, ଡେନ୍ଲି ୨୯*, ମୋଇନ ଅଲୀ ୨୩, ଦାଓ୍ବିଦ ମଲନ ୨୧, ଜାମ୍ପା-୨/୩୪, ଷ୍ଟାର୍କ-୧/୨୦, ହାଜେଲଉଡ୍-୧/୨୩, ରିଚାର୍ଡଶନ-୧/୩୧, ଅଗର-୧/୩୫)। ଅଷ୍ଟ୍ରେଲିଆ ୧୯.୩ ଓଭରରେ ୧୪୬/୫(ମାର୍ଶ -୩୯, ଫିଞ୍ଚ୍-୩୯, ଷ୍ଟୋଇନ୍ସ ୨୬, ରଶିଦ-୩/୨୧, ଉଡ୍-୧/୩୮, କୁରାନ-୧/୨୩)।