ଆଡିଲେଡ୍,୨୧ା୧୨: ସ୍ଥାନୀୟ ଆଡିଲେଡ୍ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି ଥିବାବେଳେ ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ଆଶେସ ସିରିଜରେ ୩-୦ରେ ଅଗ୍ରଣୀ ସହ ଆଗୁଆ ସିରିଜ କବ୍ଜା କରିନେଇଛି। ଏହାଛଡ଼ା ଦଳ ଆଶେସ ଟାଇଟଲ ବିଜୟ ରଖିବାରେ ସମର୍ଥ ହୋଇଛି।
ଘରୋଇ ଦଳ ଇଂଲଣ୍ଡ ପାଇଁ ୪୩୫ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ରବିବାର ଥିଲା ମ୍ୟାଚର ୫ମ ତଥା ଅନ୍ତିମ ଦିବସ। ଲକ୍ଷ୍ୟ ହାସଲ କରିପାରିଥିଲେ ଇଂଲଣ୍ଡ ଏକ ବିଶ୍ୱ ରେକର୍ଡ କରିଥାନ୍ତି। ତେବେ ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୦୭/୬ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ୩୫୨ରନରେ ଅଲଆଉଟ ହୋଇଯାଇଥିଲା।
ପ୍ରଥମ ଇନିଂସରେ ୧୦୬ ଏବଂ ଦ୍ୱିତୀୟ ଇନିଂସରେ ୭୨ରନ କରିଥିବା ଆଲେକ୍ସ କାରେ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦୁଇ ଦଳ ମଧ୍ୟରେ ୪ର୍ଥ ଟେଷ୍ଟ ମ୍ୟାଚ ଡିସେମ୍ବର ୨୬ରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ।