Categories: Home Leftଖେଳ

Champions Trophy 2025: ସେମିଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଆହତ ହେଲେ ଘାତକ ଖେଳାଳି

ନୂଆଦିଲ୍ଲୀ,୧।୩: ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପ୍ରବେଶ କରିଛି। ଲାହୋରରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁ ସମାପ୍ତ ହୋଇପାରିଲା ନାହିଁ। ଏହା ପରେ, ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ଦିଆଯାଇଥିଲା ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚିଥିଲା। କିନ୍ତୁ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଅଭିଜ୍ଞ ଖେଳାଳି ମ୍ୟାଟ ସର୍ଟ ଆହତ ହୋଇଛନ୍ତି। ସେ ସେମିଫାଇନାଲରୁ ବାଦ୍‌ ପଡିପାରନ୍ତି।