Australian players congratulate India's Ajinkya Rahane and Shubman Gill after India won the match on day four of the second test match between Australia and India at The MCG, Melbourne, Australia, December 29, 2020. AAP Image/Scott Barbour via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. NO RESALES. NO ARCHIVE. AUSTRALIA OUT. NEW ZEALAND OUT
ମେଲବୋର୍ନ,୨୯।୧୨: ଏଠାରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧିମା ବୋଲିଂ ପାଇଁ ଅଷ୍ଟ୍ରେଲିଆ ଦଳକୁ ଦଣ୍ଡିତ କରାଯାଇଛି। ଏଥି ଯୋଗୁ ଦଳୀୟ ଖେଳାଳିଙ୍କ ୪୦ ପ୍ରତିଶତ ମ୍ୟାଚ୍ ଫି’ କାଟ କରାଯିବା ସହ ହ୍ରାସ ପାଇଛି ଦଳର ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ଅଷ୍ଟ୍ରେଲିଆ ଖାତାରୁ ୪ ପଏଣ୍ଟ କଟାଯାଇଛି। ଦିଆଯାଇଥିବା ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଓଭର କମ୍ ବୋଲିଂ କରିଥିବାରୁ ଆଇସିସି ମ୍ୟାଚ୍ ରେଫରି ଡେଭିଡ୍ ବୁନ ଅଷ୍ଟ୍ରେଲିଆ ଦଳ ଉପରେ ଏହି ଦଣ୍ଡାଦେଶ ଲଗାଇଛନ୍ତି। ଘରୋଇ ଦଳର ଅଧିନାୟକ ଟିମ ପେନ ତ୍ରୁଟି ସ୍ବୀକାର କରିଥିବାରୁ କୌଣସି ଶୁଣାଣିର ଆବଶ୍ୟକତା ନାହିଁ।
ଆଇସିସି ନିୟମ ଅନୁସାରେ ନିର୍ଦ୍ଧାରିତ ସମୟ ସୁଦ୍ଧା ବଳକା ରହିଯାଇ ଥିବା ଓଭର ପିଛା ଖେଳାଳିଙ୍କ ମ୍ୟାଚ୍ ଫି’ର ୨୦ ପ୍ରତିଶତ କାଟ୍ କରାଯିବ।